ସେନାରେ ଗଠନ ହେବନି ବିର୍ସାମୁଣ୍ଡା ରେଜିମେଣ୍ଟ: ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
ଏମଓଏସ ଅଜୟ ଭଟ୍ଟ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ଯେ ସେନାରେ ବିର୍ସା ମୁଣ୍ଡା ରେଜିମେଣ୍ଟ ଗଠନ କୁ ନେଇ ଭାରତ ସରକାରଙ୍କ ଦ୍ୱାରା ସେପରି କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।
ନୂଆଦିଲ୍ଲୀ: ଭାରତୀୟ ସେନାରେ ବିର୍ସା ମୁଣ୍ଡା ରେଜିମେଣ୍ଟ ଗଠନକୁ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ ସେପରି କୌଣସି ପ୍ରସ୍ତାବ ନାହିଁ। ଆଜି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଲୋକସଭାରେ ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ଯେ ଝାଡ଼ଖଣ୍ଡର ଜନସାଧାରଣଙ୍କ ବଳିଦାନକୁ ଦୃଷ୍ଟିରେ ରଖି ସରକାର ଭାରତୀୟ ସେନାରେ ବିର୍ସା ମୁଣ୍ଡା ରେଜିମେଣ୍ଟ ଗଠନ କରିବାକୁ ଯୋଜନା କରୁଛନ୍ତି କି ନାହିଁ। ଲୋକସଭାରେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ ସାଂସଦ ଅବଦୁଲ ଖଲିକ୍ ଓ ଚନ୍ଦ୍ର ପ୍ରକାଶ ଚୌଧୁରୀ ।

ଯଦି ଏହି ରେଜିମେଣ୍ଟ ଗଠନ ହେଉଛି ତେବେ ଏହାକୁ ନେଇ କଣ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ । ଅନୁରୂପ ଭାବରେ ଆସାମ ସାଂସଦ ଅବଦୁଲ ଖଲିକ୍ ଭାରତୀୟ ସେନାରେ ଆସାମ ରେଜିମେଣ୍ଟ ଗଠନ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ । ଜାଟ୍ ରେଜିମେଣ୍ଟ, ରାଜପୁତାନା ରେଜିମେଣ୍ଟ ଭଳି ଆସାମ ରେଜିମେଣ୍ଟ ଉପରେ ସରକାର ଉତ୍ତର ରଖନ୍ତୁ ବୋଲି ସେ କହିଥିଲେ ।
ତେବେ ଏହି ଦୁଇ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ସେନାରେ ଆସାମ କିମ୍ବା ବିର୍ସାମୁଣ୍ଡା ରେଜିମେଣ୍ଟ ଗଠନ କରିବା ନେଇ କୌଣସି ପ୍ରସ୍ତାବ ହାତକୁ ନିଆଯାଇନାହିଁ । ସ୍ବାଧୀନତା ପରେ ସରକାର କୌଣସି ନିର୍ଦ୍ଦିଷ୍ଟ ପ୍ରାନ୍ତ, ଗୋଷ୍ଠୀ କିମ୍ବା ଜାତିକୁ ନେଇ ରେଜିମେଣ୍ଟ ତିଆରି ହେବନି ବୋଲି ସରକାର ନୀତି ପ୍ରଣୟନ କରିଥିଲେ । ସେନାରେ ପ୍ରତ୍ୟେକଙ୍କୁ ସମାନ ସମ୍ମାନ ଓ ଅଧିକାର ଦେବା ଉଦ୍ଦେଶ୍ୟରେ ଏହି ନୀତି ପ୍ରଣୟନ ହୋଇଥିଲା । ଏଣୁ କୌଣସି ଜାତି ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କ ନାମରେ ସେନାରେ ରେଜିମେଣ୍ଟ ଗଠନ ହେବନି । ତେବେ ସ୍ବାଧୀନତା ପୂର୍ବରୁ 1941ରୁ ଆସାମ ରେଜିମେଣ୍ଟ ଭାରତୀୟ ସେନା ସହ ଜଡ଼ିତ ରହିଛି ।












Click it and Unblock the Notifications