୨୦୨୬ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିବା ନେଇ ମୋର୍ଗାନ ଷ୍ଟାନ୍ଲେର ଆକଳନ
୨୦୨୬ ଆର୍ଥିକ ବର୍ଷ ପାଇଁ ଭାରତର ବାସ୍ତବିକ ଜିଡିପି ଅଭିବୃଦ୍ଧି ହାର ୭ ଦଶମିକ ୬ ପ୍ରତିଶତ ରହିବ ବୋଲି ମୋର୍ଗାନ ଷ୍ଟାନ୍ଲେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନିତୀଗତ ପ୍ରୋତ୍ସାହନ ମାଧ୍ୟମରେ ଗତବର୍ଷ ଦେଶରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଆଧାରରେ ରିପୋର୍ଟରେ ଏଭଳି ଆକଳନ କରାଯାଇଥିବା ଜଣାପଡିଛି ।
ଦେଶର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ କରିଥିବା ଅର୍ଥନୈତିକ ଅଭିବୃଦ୍ଧି ସଂକ୍ରାନ୍ତ ପୂର୍ବାନୁମାନଠାରୁ ଏହା ଅଧିକ ହୋଇଛି । ପରିସଂଖ୍ୟାନ କାର୍ଯ୍ୟାଳୟ ଦେଶର ବାସ୍ତବିକ ଜିଡିପି ଅଭିବୃଦ୍ଧି ୭ ଦଶମିକ ୪ ପ୍ରତିଶତ ହେବ ବୋଲି ଆକଳନ କରିଥିଲା । ସକରାତ୍ମକ ଅର୍ଥନୈତିକ ବ୍ୟବସ୍ଥା ଏବଂ ମୁଦ୍ରାନୀତି ଯୋଗୁଁ ଦେଶରେ ଉନ୍ନତ କ୍ରୟଶକ୍ତି ଏବଂ ଶ୍ରମ ବଜାରର ବ୍ୟାପକତା ଏହି ଅଭିବୃଦ୍ଧି ହାରକୁ ସୁନିଶ୍ଚିତ କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଦେଶରେ ନିବେଶ କ୍ଷେତ୍ରରେ ଉନ୍ନତି ଘରୋଇ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରୁଛି ବୋଲି ରିପୋର୍ଟରେ କୁହାଯାଇଛି । ଅନ୍ୟପକ୍ଷରେ ଏଚ୍ଡିଏଫ୍ସି ବ୍ୟାଙ୍କ ତା'ର ସଦ୍ୟତମ ରିପୋର୍ଟରେ କହିଛି ୨୦୨୭ ଆର୍ଥିକ ବର୍ଷରେ ଦେଶର ଟିକସ ସଂଗ୍ରହ ବୃଦ୍ଧି ପାଇବ । ୨୦୨୭ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୦ ଦଶମିକ ୧ ପ୍ରତିଶତ ହୋଇପାରେ ବୋଲି ଏଚ୍ଡିଏଫ୍ସି ବ୍ୟାଙ୍କ ରିପୋର୍ଟରେ ଆକଳନ କରାଯାଇଛି ।












Click it and Unblock the Notifications