ଭାରତର କେତେ ନାଗରିକ ରହିଛନ୍ତି ବିଦେଶୀ ଜେଲରେ?
ସାରା ବିଶ୍ୱର ଗୋଟିଏ ନିୟମ ହେଉଛି ଅପରାଧୀଙ୍କୁ ଜେଲରେ ରଖିôବା । ହେଲେ ନିଜ ଦେଶର ଅପରାଧୀଙ୍କ ପାଇଁ ଯେଉଁ ନିୟମ ଅନ୍ୟଦେଶର ନାଗରିକ ଯଦି ଅନ୍ୟ କୌଣସି ଦେଶରେ ଅପରାଧ କରେ ତା ପାଇଁ ମଧ୍ୟ ଗୋଟିଏ ଆଇନ । ତାହା ହେଉଛି ଜେଲଦଣ୍ଡ । କିଛି କିଛି ଦେଶରେ ଫାଶିଦଣ୍ଡ ଓ ଅନ୍ୟପ୍ରକାରର ଦଣ୍ଡ ବ୍ୟବସ୍ଥା ରହିଛି ।
ହେଲେ ଆପଣଙ୍କୁ ଗଣମାଧ୍ୟମ ବାରମ୍ବାର ଗୋଟିଏ ଦେଶର ଜେଲ କଥା କୁହେ କି ପାକିସ୍ତାନ ଜେଲରେ ଏତେ ଭାରତୀୟ ନାଗରିକ ରହିଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ବିଶ୍ୱର ଏଭଳି କିଛି ଦେଶର ଜେଲ କଥା କହିବାକୁ ଯାଉଛୁ, ଯେଉଁ ଦେଶଗୁଡିକର ଜେଲକୁ ହିସାବ କଲେ ପାଖାପାଖି ୧୦ ହଜାର ଭାରତୀୟ ନାଗରିକ ରହିଛନ୍ତି । ସାରା ଦୁନିଆର ବିଦେଶୀ ଜେଲରେ ମୋଟ ୧୦ ହଜାର ୧୫୨ ଜଣ ଭାରତୀୟ ନାଗରିକ ବନ୍ଦୀ ଅଛନ୍ତି ।
ସଂସଦୀୟ କମିଟିର ଏକ ରିପୋର୍ଟରେ ଏହି ତଥ୍ୟ ସାମନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଅନେକ ଅଣ୍ଡର୍ ଟ୍ରାୟଲ୍ ଅଛନ୍ତି ଓ ଅନେକ ଦଣ୍ଡ ଭୋଗୁଛନ୍ତି । ଏପରି କଏଦୀଙ୍କ ଟ୍ରାନ୍ସଫର୍ ପାଇଁ ଭାରତ ସରକାର ଏବେ ସୁଦ୍ଧା ୩୧ ଦେଶଙ୍କ ସହ ଦ୍ୱିପାକ୍ଷିକ ଚୁକ୍ତି କରିଛନ୍ତି । ଏହି ଚୁକ୍ତ ଅନୁସାରେ ବିଦେଶୀ ଜେଲରେ ଦଣ୍ଡ ଭୋଗୁଥିବା ଭାରତୀୟଙ୍କୁ ଭାରତ ଆଣି ଏଠାରେ ବାକି ଥିବା ଦଣ୍ଡ ଭୋଗିବା ପାଇଁ ଅନୁମତି ମିଳୁଛି । କିନ୍ତୁ ଗତ ତିନି ବର୍ଷରେ ମାତ୍ର ୮ ଭାରତୀୟ କଏଦୀ ହିଁ ବିଦେଶୀ ଜେଲରୁ ଭାରତ ଟ୍ରାନ୍ସଫର୍ ହୋଇଛନ୍ତି ।

ଟ୍ରାନ୍ସଫର୍ ଅଫ୍ ସେଣ୍ଟେଷ୍ଟଡ୍ ପର୍ସନ ଅର୍ଥାତ୍ TSP ଚୁକ୍ତି ଅନୁସାରେ ୨୦୨୩ ମସିହାରେ ପାଞ୍ଚ ଜଣଙ୍କୁ ଭାରତ ଅଣାଯାଇଥିଲା । ଏଥିରୁ ତିନି ଜଣ ଇରାନ, ଜଣେ କମ୍ୱୋଡିଆ ଓ ଅନ୍ୟ ଜଣେ ବ୍ରିଟେନ୍ ଜେଲରେ ବନ୍ଦୀ ଥିଲେ । ସେହିପରି ୨୦୨୪ରେ ବ୍ରିଟେନରୁ ୨ ଜଣ ଓ ରୁଷରୁ ଜଣେ ବନ୍ଦୀ ଭାରତ ଆସିଛନ୍ତି ।
ଭାରତ ଏହି ଦ୍ୱିପାକ୍ଷିକ ବୁଝାମଣା ବ୍ୟତୀତ ଦୁଇଟି ଅନ୍ତରାଷ୍ଟ୍ରୀୟ ରାଜିନାମା ଉପରେ ମଧ୍ୟ ହସ୍ତାକ୍ଷର କରିଛି । ଇଣ୍ଟର ଆମେରିକନ୍ କନ୍ଭେନ୍ସନ୍ ଅନ୍ ସର୍ଭିଙ୍ଗ କ୍ରିମିନାଲ୍ ସେଣ୍ଟେନ୍ସ ଓ କାଉନ୍ସିଲ୍ ଅଫ୍ ୟୁରୋପ କନ୍ଭେନ୍ସନ୍ ଅନ୍ ଟ୍ରାନ୍ସଫର୍ ଅଫ୍ ସେଣ୍ଟେଷ୍ଟଡ୍ ପର୍ସନ୍ସ । ଏହା ଜରିଆରେ ୟୁରୋପ ଓ ଆମେରିକାର ଅଧିକାଂଶ ଆସନ୍ତି, କିନ୍ତୁ ଏସିଆ, ଆଫ୍ରିକା ଓ ପୂର୍ବ ୟୁରୋପର ଅନେକ ଦେଶ ସହ ଏବେ ବି ଏପରି ଚୁକ୍ତି ହୋଇପାରି ନାହିଁ ।
ରିପୋର୍ଟରେ କୁହାଯାଇଛି ଯେ ୧୨ଟି ଦେଶରେ ୧୦୦ରୁ ଅଧିକ ଭାରତୀୟ ଜେଲରେ ବନ୍ଦୀ ଅଛନ୍ତି । ଏମାନଙ୍କ ମଧ୍ୟରେ ସାଉଦି ଆରବ (୨୬୪୭) ୟୁଏଇ (୨୪୭୯), ନେପାଳ (୧୧୮୭), ମାଲେସିଆ (୩୭୧) ଓ ବାହାରିନ୍ (୨୭୨) ପ୍ରମୁଖ ଅଛନ୍ତି । ଏହି ୧୨ରୁ ୯ ଦେଶ ସହ ଟ୍ରାନ୍ସଫର୍ ରାଜିନାମା ସ୍ୱାକ୍ଷର ଅଛି । ଭାରତ ସହ TSP ସ୍ୱାକ୍ଷର କରିଥିବା ଦେଶଗୁଡ଼ିକ ହେଲେ- ଅଷ୍ଟ୍ରେଲିଆ, ବାହାରିନ, ବାଂଲାଦେଶ, ବୋସନିଆ, ବ୍ରାଜିଲ, କାମ୍ବୋଡିଆ, ଇଜିପ୍ଟ, ଏଷ୍ଟୋନିଆ, ଫ୍ରାନ୍ସ, ହଂକଂ, ଇରାନ, ଇସ୍ରାଏଲ, ଇଟାଲୀ, କାଜାଖସ୍ତାନ, କୋରିଆ, କୁଏତ, ମାଳଦ୍ୱୀପ, ମଙ୍ଗୋଲିଆ, କତାର, ରୁଷ, ସାଉଦି ଆରବ, ସୋମାଲିଆ, ସ୍ପେନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ତୁର୍କୀ, ୟୁଏଇ, ୟୁକେ ଏବଂ ଭିଏତନାମ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications