'ଜାତୀୟ ରାଜପଥରେ ଏବେ ସୁଦ୍ଧା ବ୍ୟବହାର ହୋଇଛି ୮୦ ଲକ୍ଷ ଟନ୍ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ'
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି, ଏବେ ସୁଦ୍ଧା ୮୦ ଲକ୍ଷ ଟନ୍ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ ଜାତୀୟ ରାଜପଥ ନିର୍ମାଣରେ ବିନିଯୋଗ ହୋଇଛି । ଭାରତରେ ଭବିଷ୍ୟତ ଆଧୁନିକ ସଡ଼କ ସମ୍ପର୍କିତ ନୂଆଦିଲ୍ଲୀରେ ଆୟୋଜିତ ସି.ଆଇ.ଆଇ. ସମ୍ମିଳନୀରେ ଯୋଗଦେବା ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି, ପରିବହନ କ୍ଷେତ୍ରରେ ଜୈବ ଇନ୍ଧନ, ଇଥାନଲ ଓ ମିଥାନଲର ବ୍ୟବହାର ଦ୍ୱାରା ପରିବହନ ମୂଲ୍ୟ ୫ରୁ ୬ ପ୍ରତିଶତକୁ ହ୍ରାସ ହୋଇପାରିଛି ।
ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହାକୁ ଆହୁରି ହ୍ରାସ କରାଯିବ । ପରିବହନ ଖର୍ଚ୍ଚ ହ୍ରାସ ପାଇବା ଦ୍ୱାରା ବାଣିଜ୍ୟ କ୍ଷେତ୍ରରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ । ବାଣିଜ୍ୟ କାରବାର ବୃଦ୍ଧି ପାଇବା ସହ ବ୍ୟକ୍ତିଗତ ଆୟରେ ମଧ୍ୟ ଅଭିବୃଦ୍ଧି ଘଟିଥାଏ । ଏହାଛଡ଼ା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଏହା ସହାୟତା କରିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି, ଜୈବ ଇନ୍ଧନର ବ୍ୟବହାର ଦ୍ୱାରା ପ୍ରଦୂଷଣ ହ୍ରାସ ପାଇବ ଏବଂ କୃଷକମାନଙ୍କୁ କୃଷି କ୍ଷେତ୍ରରେ ଏହାର ଲାଭ ମିଳିପାରିବ । ଶ୍ରୀ ଗଡ଼କରୀ କହିଛନ୍ତି, ଉତ୍ତମ ଭିତ୍ତିଭୂମି ଦେଶର ମେରୁଦଣ୍ଡ ଏବଂ ଏହାଦ୍ୱାରା ୨୦୨୭ ମସିହା ସୁଦ୍ଧା ୫ ବିଲିୟନ୍ ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରିବାରେ ଦେଶ ସମର୍ଥ ହୋଇପାରିବ ।












Click it and Unblock the Notifications