ସମୂହ ଛୁଟି ନେଲେ କ୍ରୁ ସଦସ୍ୟ: ୭୦ରୁ ଉର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ
Air India: ଆଜି ସକାଳୁ ଏୟାର ଇଣ୍ଡିଆର 70ରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ । ଏୟାରଲାଇନ୍ସର ବରିଷ୍ଠ କ୍ରୁ ସଦସ୍ୟମାନେ ହଠାତ୍ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରି ଛୁଟିରେ ପଳାଇବା ପରେ ଏପରି ଘଟଣା ଘଟିଛି । ଏପରିକି ସମସ୍ତ କର୍ମଚାରୀଙ୍କ ଫୋନ୍ ମଧ୍ୟ ସୁଇଟ ଅଫ ଅଛି । ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଉଛି ହେଲେ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଏୟାର ଇଣ୍ତିଆ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସେହିପରି କ୍ରୁ ସଦସ୍ୟମାନେ ଛୁଟିରେ ଯାଉଥିବାରୁ ଅନେକ ବିମାନ ମଧ୍ୟ ବିଳମ୍ବ ହୋଇଛି। ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏହି ଘଟଣାର ଅନୁସନ୍ଧାନ କରୁଛି। ଏୟାରଲାଇନ୍ସ ମଧ୍ୟ ଏ ସମ୍ପର୍କରେ ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି।

ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରି କହିଛି ଯେ, ଶେଷ ମୁହୂର୍ତ୍ତରେ କ୍ୟାବିନ କ୍ରୁର ଏକ ବିଭାଗ ଏକସଙ୍ଗେ ଅସୁସ୍ଥ ହୋଇଥିବା ରିପୋର୍ଟ ହୋଇଛି, ଯେଉଁଥି ପାଇଁ ବହୁ ପ୍ଲାଇଟକୁ ବାତିଲ କରିବା ପାଇଁ ପଡିଛି । ସେହିପରି ବହୁ ପ୍ଲାଇଟ୍ ବିଳମ୍ବରେ ଚାଲୁଛି । ଆମେ ଦୁଃଖିତ ଏଥିପାଇଁ ବହୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଆମେ କ୍ରୁଙ୍କ ସହ କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କରୁଛୁ । ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରୁଛୁ । ଏଥିସହିତ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ଏୟାରଲାଇନ୍ସ । ସେହିପରି ଉଡାଣ ବାତିଲ ହୋଇଥିବାରୁ ଫ୍ଲାଇଟର ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ଫେରସ୍ତ କରାଯିବ । ନଚେଚ୍ ତାରିଖ ମଧ୍ୟ ବଦଳାଇ ପାରିବେ, ଏନେଇ ଏୟାର ଇଣ୍ତିଆ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନାଥାଉ ଯେ, ଗତ ମାସରେ ଏୟାରଇଣ୍ତିଆ କ୍ୟାବିନ୍ କ୍ରୁରର ଏକ ଟିମ୍ ଅଭିଯୋଗ ଆଣିଥିଲା ଯେ ମ୍ୟାନେଜମେଣ୍ଟ ଠିକ୍ ଭାବେ କାର୍ଯ୍ୟ କରୁ ନାହିଁ । ତେବେ ମ୍ୟାନେଜମେଣ୍ଟରେ ତ୍ରୁଟି ଯୋଗୁଁ କର୍ମଚାରୀ ମାନେ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications