'ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ୬୦%ରୁ ଅଧିକ ଲୋକ ୧୮ରୁ ୪୫ ବର୍ଷ ବୟସର'
ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ୬୦ ପ୍ରତିଶତରୁ ଅଧିକ ଲୋକ ୧୮ରୁ ୪୫ ବର୍ଷ ବୟସର ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ନୂଆଦିଲ୍ଲୀରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତର ସହଭାଗିତାରେ ସଡ଼କ ସୁରକ୍ଷା ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସଡ଼କ ଦୁର୍ଘଟଣା ଯୋଗୁଁ ଦେଶ ଜି.ଡି.ପି.ର ତିନି ପ୍ରତିଶତ କ୍ଷତି ସହୁଛି ।

ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏହାର କୌଣସି ସମାଧାନ ବାହାର କରିବା ପୂର୍ବରୁ ପ୍ରଥମେ ଦୁର୍ଘଟଣା ପଛର ଉପଯୁକ୍ତ କାରଣ ଆକଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସରକାରଙ୍କ ଗୁଡ୍ ସାମରିଟାନ୍ସ ଯୋଜନା ଉପରେ ଆଲୋକପାତ କରି ଦୁର୍ଘଟଣାରେ ପୀଡ଼ିତଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ ୨୫ ହଜାର ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଥିବା ସେ ଦର୍ଶାଇଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ଶିକ୍ଷା ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ୱାନ କରିଛନ୍ତି ।












Click it and Unblock the Notifications