Ahmedabad plane crash: ୨୦୦ ଟପିଲା ମୃତ୍ୟୁସଂଖ୍ୟା !
ଆଜି ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଭରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ ।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । ଅନ୍ୟପଟେ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ମୃତ୍ୟୁସଂଖ୍ୟା ୨୦୪ ଛୁଇଁଥିବା ନେଇ ସୂଚନା ଦେଇଛନ୍ତି ଅହମ୍ମଦାବାଦ ପୁଲିସ କମିସନର । ଏହି ଦୁର୍ଘଟଣାରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଛନ୍ତି । ସରାକାରୀ ସୂଚନା ମୁତାବକ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ।












Click it and Unblock the Notifications