ୱାୟନାଡ ଭୂସ୍ଖଳନ: ଶହେ ଟପିଲା ମୃତ୍ୟୁସଂଖ୍ୟା
କେରଳ ୱାୟନାଡରେ ପ୍ରକୃତିର ମୃତ୍ୟୁ ତାଣ୍ଡବ। ଏବେଯାଏଁ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।ମଙ୍ଗଳବାର ସକାଳେ ୱାୟନାଡ ଜିଲ୍ଲାର ଉଚ୍ଚ ଉଚ୍ଚତା ବିଶିଷ୍ଟ ଗ୍ରାମରେ ଭୂସ୍ଖଳନ ପରେ ଲୋକମାନେ ଆବର୍ଜନା ଗଦା ମଧ୍ୟରେ ଫସି ରହିଥିବବା ଖବର ମିଳିଥିଲା। ଭୂସ୍ଖଳନରେ ବହୁ ଘର ନଷ୍ଟ ହୋଇ ଯାଇଛି।
ଫସି ରହିଥିବା ଲୋକେ ଆର୍ତ୍ତଚିତ୍କାର କରି ରକ୍ଷାକର ରକ୍ଷାକର କହୁଛନ୍ତି। ବହୁ ଲୋକ ଜୀବନ ରକ୍ଷା ପାଇଁ ବିକଳରେ କାନ୍ଦୁଛନ୍ତି। ଲୋକ ନିଜ ଘରେ ଫସି ରହିଛନ୍ତି। ସେଠାକୁ ଉଦ୍ଧାରକାରୀ ଦଳ ଯିବାର କୌଣସି ଉପାୟ ନାହିଁ। ଯୋଗାଯୋଗ ଅବସ୍ଥା ଖରାପ ରହିଛି। ବ୍ରିଜ୍ ଧୋଇ ହୋଇଯାଇଛି ଏବଂ ରାସ୍ତା ଜଳମଗ୍ନ ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାତିରୁ ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ତିନି ଗାଁର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି।












Click it and Unblock the Notifications