ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ,୧୦୦୦ରୁ ଅଧିକ ଲୋକେ ଫସିରହିଥିବା ଆଶଙ୍କା
ସିକ୍କିମ୍ର ଉଚ୍ଚ ହିଲ୍ଷ୍ଟେସନ ଲାଚେନ ଓ ଲାଚୁଙ୍ଗରେ ପ୍ରାୟ ୧୦୦୦ ପର୍ଯ୍ୟଟକ ଫସି ରହିଛନ୍ତି। ଗୁରୁବାର ଠାରୁ ଲଗାତାର ପ୍ରବଳ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନ ଯୋଗୁଁ ଏହି ସ୍ଥିତି ସୃଷ୍ଟି ଉପୁଜିଛି। ଭୂସ୍ଖଳନ କାରଣରୁ ଅନେକ ସଡ଼କ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥି ପାଇଁ ଅନେକ ଗାଡ଼ି ଫସି ରହିଛନ୍ତି।
ଆଜି ଅନେକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି। ଭୂସ୍ଖଳନରେ ଚୁଙ୍ଗଥାଙ୍ଗରୁ ଲାଚେନ ଯାଉଥିବା ସଡ଼କରେ ମୁନ୍ସିଥାଙ୍ଗ ନିକଟରେ ସ୍ଥିତି ଖରାପ ହୋଇ ଯାଇଛି। ଚୁଙ୍ଗଥାଙ୍ଗରୁ ଲାଚୁଙ୍ଗ ଯାଇଥିବା ସଡ଼କରେ ଲିମା ନିକଟରେ ଅନେକ ସ୍ଥାନରେ ସଡ଼କ କ୍ଷତିଗ୍ରସ୍ତ ହୋଇ ଯାଇଛି।ପାଖାପାଖି ୨୦୦ଗାଡ଼ିରେ ଯାତ୍ରା କରୁଥିବା ପର୍ଯ୍ୟଟକ ଗୁରୁବାର ସଡ଼କରେ ଫସି ରହିଥିଲେ। ସେମାନଙ୍କୁ ଗୁରୁବାର ରାତିରେ ହିଁ ପୁଲିସ ଷ୍ଟେସନ, ଗୁରୁଦ୍ୱାରା , ଆଇଟିବିପି କ୍ୟାମ୍ପ ଓ ସ୍ଥାନୀୟ ଘର ଗୁଡ଼ିକରେ ଆଶ୍ରୟ ଦିଆ ଯାଇଛି।

ପୁଲିସ ଅଧିକାରୀ କହିଛନ୍ତି , ଶୁକ୍ରବାର ସକାଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ସେ ଗାଙ୍ଗଟକ୍ ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ହେଲେ ଯେଉଁ ପର୍ଯ୍ୟଟକ ଗୁରୁବାର ବା ଏହା ପୂର୍ବରୁ ହିଁ ଲାଚେନ ଓ ଲାଚୁଙ୍ଗରେ ପହଞ୍ଚି ଥିଲେ , ସେ ଏବେ ବି ଫସି ରହିଛନ୍ତି। ଅଧିକାରୀ କହିଛନ୍ତି, ଗୁରୁବାର ରାତିରେ ସୂଚନା ମିଳିଛି ଯେ, ଲାଚେନ-ଚୁଙ୍ଗଥାଙ୍ଗ ସଡ଼କରେ ମୁନ୍ସିଥାଙ୍ଗ ଓ ଲାଚୁଙ୍ଗ-ଚୁଙ୍ଗଥାଙ୍ଗ ସଡକରେ ଲେମାରେ ବଡ଼ ଭୂସ୍ଖଳନ ହୋଇଛି। ଏହାକୁ ଦେଖି ଶୁକ୍ରବାର ପାଇଁ ଉତ୍ତର ସିକ୍କିମର ସବୁ ଯାତ୍ରା ପରମିଟ୍କୁ ରଦ୍ଦ କରି ଦିଆ ଯାଇଛି, ଯେଉଁଥିରେ ପୂର୍ବରୁ ଜାରି କରାଯାଇ ଥିବା ପରମିଟ୍ ମଧ୍ୟ ସାମିଲ ଅଛି।












Click it and Unblock the Notifications