୩୦ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦ ଯିବେ ୟକ୍ରେନ, ଜାଣନ୍ତୁ କେବେ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୩ରେ ୟୁକ୍ରେନ ଗସ୍ତରେ ଯିବେ । ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତରେ ଯିବେ | ଏହା ପୂର୍ବରୁ ମୋଦୀ ୨୧-୨୨ ଅଗଷ୍ଟରୁ ପୋଲାଣ୍ଡ ଗସ୍ତ କରିବେ। ୪୫ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିବେ। ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ହେବାର ଏକ ମାସ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ କରିବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଏବଂ ୨୨ ଅଗଷ୍ଟରେ ପୋଲାଣ୍ଡରେ ରହିବେ ଏବଂ ସେଠାରେ ସେ ଭାରତୀୟମାନଙ୍କୁ ଭେଟିବେ ଏବଂ ଏଠାରେ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ। ମୋଦୀ ପୋଲାଣ୍ଡର ସ୍ମାରକୀ ପରିଦର୍ଶନ କରିବେ ଯାହା ଜାମନଗର ଏବଂ କୋଲହାପୁରର ଐତିହାସିକ ସମ୍ପର୍କକୁ ପ୍ରତିଫଳିତ କରିଥାଏ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଭାରତ ସର୍ବଦା କୂଟନୈତିକ ଏବଂ ସଂଳାପକୁ ପ୍ରୋତ୍ସାହିତ କରୁଛି, ଯାହାଦ୍ୱାରା ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ।

pm modi

ସେହିପରି ୧୯୯୧ରେ ୟୁକ୍ରେନ ସ୍ୱାଧୀନ ହେବା ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ଗତ ମାସରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମୁଖ୍ୟ ଅଧିକାରୀ ଆଣ୍ଡ୍ରେ ୟେରମାକ କହିଥିଲେ ଯେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ପିଏମ୍ ମୋଦୀ ଗତ ମାସରେ ରୁଷ ଗସ୍ତ କରି ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ୟୁକ୍ରେନ ସଂକଟର ସୈନ୍ୟ ସମାଧାନ ସମ୍ଭବ ନୁହେଁ ।

ଅନ୍ୟପଟେ ସୂତ୍ର ଅନୁସାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭାରତ ସିଧା ମଧ୍ୟସ୍ଥତା କରିବ ନାହିଁ । ତେବେ ଦୁଇ ମଧ୍ୟରେ ସନ୍ଦେଶ ପହଞ୍ଚାଇବାରେ ସହଯୋଗ କରିପାରେ । ଗତ ମାସରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସହ ସହ କ‌ଥା ହୋଇଥିଲେ ଜେଲେନସ୍ପିଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଆଣ୍ଡ୍ରି ୟରମକ ।

ଏହି କଥାବର୍ଭାରେ ୟରମକ କହିଥିଲେ ଯେ ପିଏମ୍ ମୋଦୀ ୟୁକ୍ରେନରେ ଶାନ୍ତି ସ୍ଥାପନ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ସୂତ୍ର ଅନୁସାରେ ଭାରତୀୟ ପକ୍ଷ ଉଭୟ ଯୁଦ୍ଧଗ୍ରସ୍ତ ଦେଶ ମଧ୍ୟରେ ପ୍ରତ୍ୟେକ୍ଷ ରୂପେ ମଧ୍ୟସ୍ଥତା ଭୂମିକା ପାଇଁ ଇଚ୍ଛୁକ ନାହିଁ । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବର୍ତମାନ ସୁଦ୍ଧା ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଆସି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+