୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ମୌସୁମୀ
ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ସ୍ପର୍ଶ କରିବା ସମ୍ଭାବନା ରହିଛି। ଉକ୍ତ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଣିପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସ୍ପଷ୍ଟ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ନିକୋବର ଦ୍ବୀପର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ସେଠାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରର କିଛି ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର ତଥା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ପରବର୍ତ୍ତୀ ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ ଆରବ ସାଗର, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଅବଶିଷ୍ଟ ଅଞ୍ଚଳ, ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର କରିବ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସହଳ ଆସିବାର ସମ୍ଭାବନା ରହିଛି। ମେ' ୨୭ ବେଳକୁ କେରଳ ଛୁଇଁପାରେ। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୧୮ରୁ ୧୯ ଭିତରେ ଆଣ୍ଡାମାନ ସାଗର ଛୁଇଁଥାଏ। ଜୁନ୍ ୧ ବେଳକୁ କେରଳରେ ଭୂଖଣ୍ଡ ସ୍ପର୍ଶ କରିଥାଏ। କେରଳ ଛୁଇଁବାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାକୁ ଅଗ୍ରସର ହୋଇଥାଏ ।












Click it and Unblock the Notifications