ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀର ସଂସଦ ଭବନରେ ଆସନ୍ତାକାଲିଠାରୁ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଜାରି ରହିଛି । ବୈଠକରେ ଅଧିବେଶନ କାଳରେ ଉଭୟ ସଦନକୁ ସୁରୁଖୁରୁରେ ଚଳାଇବା ଲାଗି ସରକାର ସମସ୍ତ ରାଜନୈତିକ ଦଳ ଗୁଡ଼ିକ ସହ ସହମତି ନେଇ ଆଲୋଚନା କରୁଛନ୍ତି । ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ରାଜସଭାରେ ଗୃହର ନେତା ଜେ.ପି.ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ବୈଠକରେ ଉପସ୍ଥିତ ଅଛନ୍ତି ।

କଂଗ୍ରେସର ଗୌରବ ଗୋଗୋଇ ଏବଂ ପ୍ରମୋଦ ତିୱାରୀ, ଏନ୍ସିପି-ଏସ୍ସିପିର ସୁପ୍ରିୟା ସୁଲେ, ଡିଏମ୍କେର ତିରୁଚି ଶିବା, ସମାଜବାଦୀ ପାର୍ଟିର ରାମଗୋପାଲ ଯାଦବ ଏବଂ ଡିଏମ୍କେର ଟି. ଆର୍. ବାଲୁ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ଉଭୟ ଗୃହରେ ୨୧ଟି ଲେଖାଏଁ କାର୍ଯ୍ୟଦିବସ ରହିଛି । ସୂଚନା ଅନୁଯାୟୀ ମୌସୁମୀ ଅଧିବେଶନ କାଳରେ ଜନବିଶ୍ୱାସ ବିଧେୟକ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ ଏବଂ ଅନ୍ୟକେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।












Click it and Unblock the Notifications