ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ ।୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ଅଧିବେଶନ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ୍ ସଂଶୋଧନ ବିଲ୍, ଜୈବ ବିବିଧତା ସଂଶୋଧନ ବିଲ୍, ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା ବିଲ୍, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍, ଜାତୀୟ ତଦନ୍ତ କମିଶନ ବିଲ୍, ଜାତୀୟ ନର୍ସିଙ୍ଗ୍ ଓ ସେବିକା କମିଶନ ବିଲ୍ ଏବଂ ବହୁମୁଖୀ-ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍ ୨୦୨୨ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବ।

ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ମଣିପୁର, ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ଚଳିତ ଅଧିବେଶନରେ ୩୨ଟି ବିଧେୟକ ଆଗତ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ଅଧିବେଶନ ପୂର୍ବରୁ ବୁଧବାର ବସିଛି ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ କେନ୍ଦ୍ର ସରକାର । ବସିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଜୟରାମ ରମେଶ, ପ୍ରମୋଦ ତିୱାରୀ, ଆପନା ଦଳରୁ ଅନୁପ୍ରିୟା ପଟେଲ, ସମାଜବାଦୀ ପାର୍ଟିରୁ ରାମଗୋପାଳ ଯାଦବ, ଟିଏମସିରୁ ଏସଟି ହସନ, ଏଆଇଡିଏମକେରୁ ଥମ୍ବୋ ଦୋରାଇ, ଆମ୍ ଆଦମୀ ପାର୍ଟିରୁ ସଞ୍ଜୟ ସିଂ, ଅର୍ଜୁନ ରାମ ମେଘୱାଲ, ଆରଜେଡିରୁ ଏଡି ସିଂଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଏନ କେ ପ୍ରେମଚନ୍ଦ୍ରନ୍ ଉପସ୍ଥିତ ଥିଲେ ।
ଦିଲ୍ଲୀରେ କେନ୍ଦ୍ର ଆଣିଥିବା ନୂଆ ଅଧ୍ୟାଦେଶ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀ ଏକ ହୋଇ ବିରୋଧ କରିବାକୁ ମଧ୍ୟ ରଣନୀତି କରାଯାଇଛି । ସେହିପରି ପାର୍ଲାମେଣ୍ଟରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି ।












Click it and Unblock the Notifications