ଜୁଲାଇ ୨୧ରୁ ସଂସଦ ଅଧିବେଶନ
ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ଅପରେସନ ସିନ୍ଦୂର ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ବିରୋଧୀଙ୍କ କ୍ରମାଗତ ଦାବି ମଧ୍ୟରେ ସରକାର ଏହି ଘୋଷଣା କରିଛନ୍ତି।

ସୂଚନା ମୁତାବକ ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଅଧିବେଶନ ଚାଲିବ । ଏଥିରେ ବିଧେୟକ ଓ ଅଣବିଧେୟକ କାର୍ଯ୍ୟ ଉପରେ ଆଲୋଚନା ହେବ । କିରଣ ରିଜିଜୁ କହିଛନ୍ତି କି, ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସହ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଚାଲିଛି । ସଂସଦକୁ ଶୃଙ୍ଖଳିତ ଭାବେ ଚଳାଇବାକୁ ସଂସଦୀୟ ମନ୍ତ୍ରୀ ବିରୋଧୀଦଳମାନଙ୍କ ସହଯୋଗ ଲୋଡିଛନ୍ତି । ସେ କହିଛନ୍ତି କି, ସରକାର ଚାହୁଛନ୍ତି ଏହି ଅଧିବେଶନ ସୂଚାରୁରୂପେ ଚାଲୁ ଓ ଦେଶହିତରେ ସକରାତ୍ମକ ଆଲୋଚନା ହେଉ । ବିରୋଧୀଙ୍କ ଭାଗିଦାରୀ ଲୋକତନ୍ତ୍ରର ଆତ୍ମା ବୋଲି ସେ କହିଛନ୍ତି ।












Click it and Unblock the Notifications