ସମୟ ପୂର୍ବରୁ ସାଇନଡାଏ ହେଲା ସଂସଦ
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆଜି ଉଭୟ ଗୃହକୁ ମୁଲତବୀ ସହିତ ସାଇନଡାଏ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆଜି ଉଭୟ ଗୃହକୁ ମୁଲତବୀ ସହିତ ସାଇନଡାଏ ଘୋଷଣା କରାଯାଇଛି । ନିର୍ଦ୍ଧାରିତ ସମୟର 4 ଦିନ ପୂର୍ବରୁ ଅଧିବେଶନକୁ ମୁଲତବୀ ରଖାଯାଇଛି । ଏ ସମ୍ପର୍କରେ ସରକାର ମଧ୍ୟ ବିରୋଧୀଙ୍କୁ ପୂର୍ବରୁ ଅବଗତ କରି ସାରିଥିଲେ ।

ପୂର୍ବରୁ ଚଳିତ ଅଧିବେଶନ ଜୁଲାଇ 18ରେ ଆରମ୍ଭ ହୋଇ ଅଗଷ୍ଟ 12 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । କିନ୍ତୁ ଆଜି ଶେଷ କାର୍ଯ୍ୟଦିବସ ଭାବେ ସଂସଦ ଚାଲିଥିବାବେଳେ ଅଧିବେଶନ ମଧ୍ୟ ବିଧିବଦ୍ଧ ଭାବେ ଶେଷ ହୋଇଛି ।
ଚଳିତ ଅଧିବେଶନ ଅବଧି ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଶେଷ ହୋଇଛି । ସଂସଦରେ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଶେଷ କାର୍ଯ୍ୟଦିବସରେ ଉଚ୍ଚ ସଦନରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ମଧ୍ୟ ପାରିତ ହୋଇଛି ।












Click it and Unblock the Notifications