ଆଜିଠୁ ସଂସଦର ବଜେଟ ଅଧିବେଶନ; ଆସିବ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ, କାଲି ପୂର୍ଣ୍ଣାଙ୍ଗ ବଜେଟ
ଆଜିଠୁ ଆରମ୍ଭ ହେବାକୁ ହେଉଛି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୬ ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତା'ପୂର୍ବରୁ ଆଜି ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହେବ ।
ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ସମେତ ଫାଇନାନ୍ସ ବିଲ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଲ୍, ଦି କଫି ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ବଜେଟ ଅଧିବେଶନ ପୂର୍ବରୁ ଗତକାଲି ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଜେପି ସମେତ ୪୪ଟି ରାଜନୈତିକ ଦଳର ୫୫ ଜଣ ନେତା ସାମିଲ ହୋଇଥିଲେ । ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ସରକାର ସମସ୍ତଙ୍କ ଦଳ ଗୁଢିକର ସହଯୋଗ ଲୋଡିଥିଲେ । କେବଳ ଟିଏମସିକୁ ଛାଡି ଦେଲେ କଂଗ୍ରେସ, ଆପ୍, ଓ୍ବାଇଏସଆ, ବିଜେଡି ସମେତ ମୋଟ ୪୪ଟି ଦଳର ୫୫ନେତା ଏଥିରେ ସାମିଲ ହୋଇଥିଲେ । ବୈଠକେର ଲୋକସଭା ଉପବାଚସ୍ପତି ପଦ ଦାବି କରିଥିଲା କଂଗ୍ରେସ । ଏଥିସହ ଲୋକସଭାରେ ନିଟ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା । ସେପଟେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟାତା ଦେବାକୁ ଜେଡିୟୁ ଓ ଓ୍ବାଇଏସଆରସିପି ଦାବି କରିଥିବା ଗଣମାଧ୍ୟମକୁ କହିଥିଲେ କଂଗ୍ରେସ ନେତା ଜୟରାମ ରମେଶସାଧାରଣ ନିର୍ବାଚନ ଥିବାରୁ ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏବେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ ।
ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ହୋଇଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିବ । ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କ ପାଇଁ କିଛି ବଡ ଘୋଷଣା କରିବା ନେଇ ଆଶା କରାଯାଉଛି । ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାରେ ପ୍ରଥମ ଅଧିବେଶନ ବସିଥିଲା । ବୈଠକରେ ୟୁପିରେ କାଉଡି ଯାତ୍ରା, ନାମଫଳକ ବିବାଦ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠିଛି । ବିଜେଡି ମଧ୍ୟ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଛି ।












Click it and Unblock the Notifications