Get Updates
Get notified of breaking news, exclusive insights, and must-see stories!

ମୌସୁମୀ ଅଧିବେଶନ: ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ମିଳିଲା ଲୋକସଭା ବାଚସ୍ପତିଙ୍କ ମଞ୍ଜୁରୀ

ମୌସୁମୀ ଅଧିବେଶନ: ବୁଧବାର ଅର୍ଥାତ୍ ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ । ମଣିପୁରରେ ଜାତିଗତ ହିଂସା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗୃହରେ ବିବୃତ୍ତି ଦାବି କରି ବିରୋଧୀମାନେ କ୍ରମାଗତ ଭାବରେ ବିରୋଧ ପ୍ରଦର୍ଶନ କରି ଆସୁଥିଲେ । ବର୍ତ୍ତମାନ ବିରୋଧି ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି ଲୋକସଭାର ବାଚସ୍ପତି ଓମ୍ ବିର୍ଲା ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇପାରିବ। ବାଚସ୍ପତି କହିଛନ୍ତି, ଚର୍ଚ୍ଚା ପାଇଁ ତାରିଖ ପରେ ନିଶ୍ଟିତ କରାଯିବ । ସାଂସଦ ଗୌରବ ଗୋଗୋଇ ବୁଧବାର ସକାଳ 9.20ରେ ବାଚସ୍ପତିଙ୍କ ନିକଟରେ ଏହି ପ୍ରସ୍ତାବ ଦାଖଲ କରିଥିଲେ । ଯାହାର ଘୋଷଣା କରିବା ପରେ ୨ ଦିନ ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଦେଇଛନ୍ତି ବାଚସ୍ପତି । ସେପଟେ ଆଜି ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ମାନେ ମଣିପୁର ହିଂସାରେ ମୋଦିଙ୍କ ବିବୃତି ଦାବି କରି ଗୃହରେ ହଟ୍ଟଗୋଳ କରିଛନ୍ତି ।

Monsoon Session

ତେବେ ଏହି ମାମଲାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଯଦି ସଂସଦରେ ପ୍ରଧାନମନ୍ତ୍ରୀ ମଣିପୁର ହିଂସାକୁ ନେଇ ବିବୃତି ରଖିଥାନ୍ତେ ତେବେ ଆଜି ଅବିଶ୍ୱାସ ପ୍ରସ୍ତାବର ଆବଶ୍ୟକତା ପଡି ନଥାନ୍ତା । ସେହିପରି ରାଜୀବ ଶୁକ୍ଳା କହିଛନ୍ତି, ବାଚସ୍ପତିଙ୍କ ଦ୍ୱାରା ଅବିଶ୍ୱାସ ପ୍ରସ୍ତାବକୁ ସ୍ୱିକୃତି ମିଳିବା ପରେ ଆଶା କରୁଛୁ ଯେ ସଂସଦରେ ଏକାକୁ ପ୍ରାଥମିକତା ଦିଆଯିବ । ଅନ୍ୟପଟେ ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଂଗ୍ରେସ ଅଧ୍ୟକ୍ଷ ଚିଠି ଲେଖିଛନ୍ତି ଯେ, ମଣିପୁର ହିଂସାକାଣ୍ତ ଉପରେ ପ୍ରଧାନମନ୍ତ୍ରୀ ସଂସଦରେ ନିଜ ବିବୃତି ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+