Monsoon Season: କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ

କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ । ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବ ମୌସୁମୀ ।

Monsoon Season

ଭାରତ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୋମବାର ଏକ ବଡ଼ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।

ଭାରତ ପାଣିପାଗ ବିଭାଗ (ଆଇଏମଡି) ଉଲ୍ଲେଖ କରିଛି ଯେ, ୩ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ନିମ୍ନ ଟ୍ରପୋସ୍ଫେରିକସ୍ତରରେ ପଶ୍ଚିମ ବାୟୁ ପ୍ରାୟ ୨୦ ନଟ୍‌ ପର୍ଯ୍ୟନ୍ତ ତୀବ୍ର ହୋଇଛି, ଯାହା ମୌସୁମୀର ଆଗମନ ପାଇଁ ଅନୁକୂଳ ରହିଛି।

ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ'ରେ କେରଳ ପହଞ୍ଚିପାରେ ବୋଲି ପୂର୍ବରୁ ଭାରତ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ସାଧାରଣତଃ ମୌସମୀ ଜୁନରେ କେରଳରେ ପହଞ୍ଚି ଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ' ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ଏହା ପ୍ରଥମ ଥର ହେବ । ୨୦୦୯ରେ ମୌସୁମୀ ୨୩ ମେ'ରେ କେରଳରେ ପହଞ୍ଚିଥିଲା।

ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧ରେ କେରଳରେ ପହଞ୍ଚିବା ପରେ ସାରା ଭାରତରେ ବର୍ଷା ହୋଇଯାଇଥାଏ। ସେପ୍ଟେମ୍ବରରେ ମୌସୁମୀ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ । ଅକ୍ଟୋବରରେ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ମୌସୁମୀ ଫେରିଯାଇ ବୋଲି ଆକଳନ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+