ଏଥର ଶୀଘ୍ର ଆସିପାରେ ମୌସୁମୀ, ମେ’ ୧୯ରେ ଛୁଇଁବ ଆଣ୍ଡାମାନ
ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପପୁଞ୍ଜ ଅଂଚଳରେ ମେ ୧୯ ତାରିଖରେ ମୌସୂୁମୀ ବାୟୁ ଛୁଇଁବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।ଏଥର ଶୀଘ୍ର ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ । କିନ୍ତୁ ଚଳିତଥର ଦୁଇ ଦିନ ଆଗରୁ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଆଣ୍ଡାମାନକୁ ପୂର୍ବ ଦିଗରୁ ବାୟୁ ପ୍ରବାହ ଦୁର୍ବଳ ହେଉଥିବା ବେଳେ ପଶ୍ଚିମା ବାୟୁ ପ୍ରବାହ ବଢୁଛି ।
ଯାହା, ମୌସୁମୀ ଆଗମନକୁ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ । ଆଣ୍ଡାମାନ ପରେ ଜୁନ୍ ପହିଲାରେ କେରଳ ଛୁଇଁବା ପରେ ଜୁନ ୧୦ ସୁଦ୍ଧା ଓଡ଼ିଶା ପହଂଚିଥାଏ ମୌସୁମୀ ବାୟୁ । ଏଥର ଠିକ୍ ସମୟରେ ମୌସୁମୀ ଆସିବା ନେଇ ସଂଭାବନା ରହିଛି । ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ମେ' ୧୭ରୁ ୨୩ ତାରିଖ ମଧ୍ୟରେ ଏହା ଗଭୀର ଅବପାତ ହେବାର ସଂଭାବନା ରହିଛି । ସେପଟେ ପାଣିପାଗ ବିଶେଜ୍ଞଙ୍କ କହିବା କଥା ୨୧ ତାରିଖରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।

ପରେ ଲଘୁଚାପ ଓ ଗଭୀର ଅବପାତରେ ପରିଣତ ହେବ । ଏ ପର୍ଯ୍ୟନ୍ତ ଏହାର ଅବସ୍ଥିତି ଓ ରୂପରେଖ ଆକଳନ କରାଯାଇପାରିନାହିଁ । ଗତିପଥ ସ୍ପଷ୍ଟ ହେବା ପରେ ଏହାର ପ୍ରଭାବ କେଉଁଠି ରହିବ ତାହା କୁହାଯାଇପାରିବ । ଅନ୍ୟପଟେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରାଜ୍ୟରେ ଜାରି ରହିବ । ଆସନ୍ତା ୪୮ ଘଂଟା ପରେ ତାପମାତ୍ର ଦୁଇରୁ ୪ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications