ସାରା ଦେଶ ଛୁଇଁଲା ମୌସୁମୀ, ସୂଚନା ଦେଲେ ପାଣିପାଗ ବିଭାଗ

ଏ ବର୍ଷ ଧାର୍ଯ୍ୟ ସମୟର ପ୍ରାୟ ୯ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ସାରା ଦେଶରେ ପହଞ୍ଚିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସ୍ପଷ୍ଟ କରିଛି । ପ୍ରତିବର୍ଷ ସାଧାରଣତଃ ଜୁଲାଇ ୮ରେ ସାରାଦେଶରେ ମୌସୁମୀ ପହଞ୍ଚିଥାଏ । ଏବର୍ଷ ମଧ୍ୟ ମୌସୁମୀ ପ୍ରାୟ ଏକ ସପ୍ତାହ ପୂର୍ବରୁ କେରଳ ଛୁଇଁଥିଲା।

Monsoon

ଆଇଏମଡି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର ସୁଦ୍ଧା ସମଗ୍ର ଦେଶକୁ ଆଚ୍ଛାଦିତ କରିସାରିଛି, ଯେତେବେଳେ କି ଏଥିପାଇଁ ହାରାହାରି ତାରିଖ ୮ ଜୁଲାଇ ରହିଥାଏ। ଅର୍ଥାତ ଏବର୍ଷ ସ୍ୱାଭାବିକ ଠାରୁ ୯ ଦିନ ପୂର୍ବରୁ ମୌସୁମୀ ସାରା ଦେଶକୁ ଆଚ୍ଛାଦିତ କରିଛି। ଏହା ସହିତ, ଆଗାମୀ ୯ ଦିନ ପାଇଁ ଉତ୍ତର-ପଶ୍ଚିମ, ମଧ୍ୟ, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି ଏବଂ ପାଣିପାଗ ବିଭାଗ ଝାଡ଼ଖଣ୍ଡ (ଜୁନ୍ ୨୯ ଏବଂ ୩୦) ଏବଂ ଓଡ଼ିଶାର କିଛି ସ୍ଥାନରେ (ଜୁନ୍ ୨୯) ଅତ୍ୟନ୍ତ ପ୍ରବଳ ବର୍ଷା (> ୨୦ ସେମି / ୨୪ ଘଣ୍ଟା) ହେବାର ସତର୍କତା ମଧ୍ୟ ଜାରି କରିଛି । ଏବର୍ଷ ଓଡ଼ିଶାରେ ବି ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ (ମେ ୨୭ରେ) ମୌସୁମୀ ପହଞ୍ଚିଥିଲା । ତେବେ ଓଡ଼ିଶାରେ ମୌସୁମୀ ଛୁଇଁବା ପରେ ବେଶ କିଛିଦିନ ଧରି ନିଷ୍କ୍ରିୟ ରହିଥିଲା ଓ ରଜ ବେଳକୁ ପୁଣି ସକ୍ରିୟ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+