୩ ଦିନ ଆଗରୁ କେରଳ ଛୁଇଁଲା ମୌସୁମୀ
ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଆସିଛି । ଆସନ୍ତା ଜୁନ 1 ତାରିଖରେ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଥିଲା ।
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଆସିଛି । ଆସନ୍ତା ଜୁନ 1 ତାରିଖରେ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଥିଲା । ମାତ୍ର ଏହା 3 ଆଗରୁ କେରଳରେ ପହଞ୍ଚିଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତର କୃଷି ଭିତ୍ତିକ ଅର୍ଥନୀତିର ଜୀବନରେଖା ଭାବରେ ବିବେଚନା କରାଯାଏ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଛନ୍ତି ଜୁନ 1 ପରିବର୍ତ୍ତେ ରବିବାର ମୌସୁମୀ ଆସିଛି ।
ଏହାପୂର୍ବରୁ ଆଇଏମଡି ପନ୍ଦର ଦିନ ପୂର୍ବେ ବଙ୍ଗୋପସାଗରରେ ଆସିଥିବା ସାମୁଦ୍ରିକ ଝଡ଼ ଆସାନିର ଅବଶିଷ୍ଟାଂଶ ସାହାଯ୍ୟରେ ମେ 27 ରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା।












Click it and Unblock the Notifications