ମଙ୍କିପକ୍ସ ବଢାଉଛି ଚିନ୍ତା: ପାକିସ୍ତାନରେ ଚିହ୍ନଟ ହେଲା ପ୍ରଥମ ମାମଲା, ଭାରତର ବଢିଲା ଚିନ୍ତା
Monkeypox Virus In Pakistan: ମଙ୍କିପକ୍ସ ବଢାଉଛି ଚିନ୍ତା । ମଙ୍କିପକ୍ସ ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଶ୍ୱବ୍ୟାପୀ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ କେବଳ ଆଫ୍ରିକୀୟ ଦେଶରେ ବ୍ୟାପିବାରେ ଲାଗିଥିଲା । ବର୍ତ୍ତମାନ ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଯାହା ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ ସାଜିଛି । କାରଣ ଏହି ଜୀବାଣୁ କରୋନା ପରି ବ୍ୟାପିଥାଏ । ବର୍ତ୍ତମାନ ପାକିସ୍ତାନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ଗୁରୁବାର ଦିନ ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ଏହି ଜୀବାଣୁର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଚଳିତ ବର୍ଷ ଏହା ପାକିସ୍ତାନରେ ପ୍ରଥନ ମଙ୍କିପକ୍ସ ମାମଲା । ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଲକ୍ଷଣ ଚିବ୍ନଟ ହୋଇଛି ସେ ନିକଟରେ ସାଉଦି ଆରବରୁ ନିଜ ଦେଶକୁ ଫେରିଥିଲେ । ପାକିସ୍ତାନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଉକ୍ତ ଯୁବକଙ୍କ ପାଖରେ ମଙ୍କିପକ୍ସ ନିଶ୍ଚିତ ହୋଇଛି ଏବଂ ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।
ପାକିସ୍ତାନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆକ୍ରାନ୍ତ ଯୁବକ ଜଣକ ଅଗଷ୍ଟ 3 ତାରିଖରେ ସାଉଦି ଆରବରୁ ଫେରିଥିଲେ। ଏହା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଟେଷ୍ଟ ପରେ ସ୍ପଷ୍ଟ ହୋଇଥିଲା ଯୁବ ଜଣ ମକ୍ସିଫକ୍ସ ଭାଇରସରେ ଆକ୍ରାନ୍ତ ଥିବା ନେଇ ସ୍ପଷ୍ଟ ହୋଇଥିଲା । ସ୍ଥାନୀୟ ନାଗରିକଙ୍କ ପାଇଁ ମଧ୍ୟ ଏଡଭାଇଜରୀ ଜାରି କରାଯାଇଛି ।
ଏହି ଜୀବାଣୁ କରୋନା ପରି ବ୍ୟାପିଥାଏ । ଏହା ଏକ ଛୁଆଁ ରୋଗ । ପାକିସ୍ତାନରେ ଏହି ଭାଇରସର ପ୍ରଥମ ମାମଲା ଚିହ୍ନଟ ହେବା ପରେ ଏବେ ଭାରତର ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ତେବେ ଏପର୍ଯ୍ୟନ୍ତ ଭାରତରେ ସେପରି କୌଣସି ମାମଲା ସାମ୍ନାକୁ ଆସିନାହିଁ। ଜାନୁଆରୀ 2022 ରୁ ଜୁନ୍ 2024 ମଧ୍ୟରେ ଭାରତରେ MPOX ର 27 ଟି ମାମଲା ରିପୋର୍ଟ ହୋଇଥିଲା। ଗତ ବର୍ଷ ପାକିସ୍ତାନରେ MPox ର 9 ଟି ମାମଲା ହୋଇଥିଲା। ଅନେକ ଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଏହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି ।
ଦୁଇ ବର୍ଷ ପୂର୍ବେ ମଧ୍ୟ ଏହି ରୋଗ ଅନେକ ବିପଦ ସୃଷ୍ଟି କରିଥିଲା। ଏହା 70 ରୁ ଅଧିକ ଦେଶରେ ଲୋକଙ୍କୁ ବହୁତ ଅସୁସ୍ଥ କରିଥିଲା । ଏପର୍ଯ୍ୟନ୍ତ 27,000 ମାମଲା ଚିହ୍ନଟ ହୋଇଛି ଏବଂ 1100 ରୁ ଅଧିକ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବୋଲି ସୂଚନା ରହିଛି ।
ମଙ୍କିପକ୍ସର ପ୍ରାରମ୍ଭିକ ଲକ୍ଷଣ
ଜ୍ୱର, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରଥମେ ଆକ୍ରାନ୍ତ ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ମିଳିଥାଏ । ଜ୍ୱର କମିଯିବା ପରେ ଶରୀରରେ ଘା 'ଦେଖାଯାଏ, ଯାହା ପ୍ରାୟତଃ ମୁହଁରୁ ଆରମ୍ଭ ହୋଇ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications