ଦେଶର ପ୍ରଥମ ମହିଳା ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ରାଜଧାନୀ ଦିଲ୍ଲୀରେ ପୁଣି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ । ଜଣେ 31 ବର୍ଷୀୟ ନାଇଜେରିଆର ମହିଳା ଦିଲ୍ଲୀରେ ମଙ୍କିପକ୍ସ ଭୂତାଣୁ ପାଇଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ । ଜଣେ 31 ବର୍ଷୀୟ ନାଇଜେରିଆର ମହିଳା ଦିଲ୍ଲୀରେ ମଙ୍କିପକ୍ସ ଭୂତାଣୁ ପାଇଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମଙ୍କିପକ୍ସ ମାମଲା ସଂଖ୍ୟାକୁ ଚାରିକୁ ବୃଦ୍ଧି ହୋଇଛି। ଦେଶରେ ମୋଟ ମଙ୍କିପକ୍ସ ମାମଲା 9ଟି ମାମଲାରେ ପହଞ୍ଚିଛି । ଦିଲ୍ଲୀର ଏହି ରୋଗୀ ଜଣକ ଭାରତର ପ୍ରଥମ ମହିଳା ମଙ୍କିପକ୍ସ ଆକ୍ରାନ୍ତ । ତାଙ୍କ ଠାରେ ପ୍ରଥମେ ଜ୍ୱର ଓ ଗଳାରେ ଫୁଲିବା ଦେଖା ଦେଇଥିଲା ।

ଦେଶରେ କେରଳ ଏବଂ ଦିଲ୍ଲୀରେ ବଢିବାରେ ଲାଗିଛି ମଙ୍କିପକ୍ସ ମାମଲା । ମଙ୍କିପକ୍ସ ମାମଲା ବୃଦ୍ଧି ପାଇବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତକାଲି ଏହି ଭୂତାଣୁକୁ ରୋକିବା ପାଇଁ ଏକ ତାଲିକା ପ୍ରକାଶ କରିଛି। ଯଦି ସଂକ୍ରମିତ ବ୍ୟକ୍ତିଙ୍କ ସହ କ୍ରମାଗତ ଯୋଗାଯୋଗରେ ଆସୁଛନ୍ତି ତେବେ ଶୀଘ୍ର ସଂକ୍ରମିତ ହୋଇପାରନ୍ତି । ମଙ୍କିପକ୍ସ ସନ୍ଦିଗ୍ଧ ଏବଂ ପଜିଟିଭ ମାମଲା ପାଇଁ ଆଇସୋଲେସନ୍ ୱାର୍ଡ ପାଇଁ ଦିଲ୍ଲୀ ସରକାର ତିନିଟି ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications