Get Updates
Get notified of breaking news, exclusive insights, and must-see stories!

ମଙ୍କିପକ୍ସ: ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର, ଜଳ-ସ୍ଥଳ-ଆକାଶପଥକୁ ଆଲର୍ଟ

ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍‌ନାକୁ ଆସିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର ସୋମବାର ଆଡଭାଇଜରି ଜାରି କରିଛନ୍ତି । ଗୋଷ୍ଠୀରେ ସମସ୍ତ ସନ୍ଦିଗ୍ଧ ମଙ୍କିପକ୍ସ ମାମଲାର ଯାଞ୍ଚ କରାଯିବା ସହ ପରୀକ୍ଷା କରାଇବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସେହିପରି ଉଭୟ ସନ୍ଦିଗ୍ଧ ଏବଂ ଚିହ୍ନଟ ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଆଇସୋଲେଶନ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ଲୋକଙ୍କ ମଧ୍ୟରେ କୌଣସି ପ୍ରକାର ଅହେତୁକ ଆତଙ୍କ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଜଣାଇଛନ୍ତି। ହସ୍ପିଟାଲଗୁଡ଼ିକରେ ଆଇସୋଲେଶନ ସୁବିଧା, ଆବଶ୍ୟକ ଲଜିଷ୍ଟିକ୍ସ ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ଆଦିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସ୍‌ପି) ଅଧୀନରେ ରାଜ୍ୟ ଏବଂ ଜିଲାସ୍ତରରେ ସର୍ଭିଲାନ୍ସ ୟୁନିଟ୍‌ଗୁଡ଼ିକର ସମସ୍ତ ଷ୍ଟେକ୍‌ହୋଲ୍ଡରଙ୍କୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ଓ ଅନ୍ୟାନ୍ୟ ସର୍ଭିଲାନ୍ସ କାର୍ଯ୍ୟ ସମ୍ପର୍କରେ ଅଭ୍ୟସ୍ତ କରାଇବାକୁ କୁହାଯାଇଛି। ମଙ୍କିପକ୍ସ ସମ୍ପର୍କରେ ଜନସଚେତତନା ସୃଷ୍ଟି କରିବା, ଏହା କିଭଳି ବ୍ୟାପୁଛି ତାହା ବୁଝାଇବା, ଠିକ୍‌ ସମୟରେ ରିପୋର୍ଟିଂ ଓ ଆବଶ୍ୟକ ପ୍ରତିକାର ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

Monkeypox

ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର:

ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆହୁରି କହିଛନ୍ତି, ଟ୍ରାଭେଲର ୱଥ ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ସରକାର ତୀକ୍ଷ୍ଣ ନଜର ରଖାଯାଇଛି । ମଙ୍କିପକ୍ସ ସନ୍ଦିଗ୍ଧ ରୋଗୀଙ୍କୁ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟଇନରେ ରଖାଯାଇଛି । ପରୀକ୍ଷା ନିରୀକ୍ଷା କରାଯାଉଛି। ଆମର ଯଦି ସିମଟୋମେଟିକ ଆସିଲା ଆଇସଲେସନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯିବ' । ସେ ଆହୁରି ମଧ୍ୟ କହିଛନ୍ତି, " ବିଶେଷ ଭାବରେ ସଂସ୍ପର୍ଶରେ ନଆସିବାକୁ ଧ୍ୟାନ ଦିଆଯାଉଛି । ଏଭଳି ମାମଲା ଆସିଲେ ସେମାନଙ୍କୁ ଅନବୋର୍ଡ କରିବାକୁ ଦିଆଯିବ ନାହିଁ । ଏହା ସିଧା ଭାରତ ସରକାର ଦ୍ବାରା ତଦାରଖ କରାଯାଉଛି । ଯଦି କେହି ସ୍ଲିପ ହୋଇକି ଆସିଲେ ତାଙ୍କୁ ଆଇସଲେସନ କରାଯିବ । ଅନବୋର୍ଡିଂରେ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟାଇନରେ ଫିଲଟରେସନ ହେଉଛି । ଫ୍ଲାଇଟ ଏଣ୍ଟ୍ରି ପଏଣ୍ଟରେ ଭାରତ ସରକାରଙ୍କ ହେଲଥ ଟିମ ଅଛି । ସେହି ଟିମ ସହ ଆମର ସମନ୍ଵୟ ରହିଛି । ଏହି ମାମଲା ଛଡା ଆଉ କିଛି ନୂଆ ମାମଲା ନାହିଁ ତେଣୁ କେହି ଆତଙ୍କିତ ହୁଅନ୍ତୁ ନାହିଁ ।

ଜଳ-ସ୍ଥଳ-ଆକାଶ ପଥକୁ ଆଲର୍ଟ:

ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, 'ଏନେଇ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛି । ରାଜ୍ୟର ସମସ୍ତ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି । ବିଶେଷ କରି ଜଳପଥ ଆକାଶ ପଥ ଆଦିକୁ ଆଲର୍ଟ କରାଯାଇଛି । ଭୁବନେଶ୍ବର ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର । ତେଣୁ ଆଲର୍ଟ କରାଯାଇଛି । ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ ରଖାଯାଉଛି । ଦେଶରେ ଏପର୍ଯ୍ୟନ୍ତ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି ।' ସେପଟେ ମଙ୍କିପକ୍ସକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ମଙ୍କିପକ୍ସରେ ନିମୋନିଆ ଓ ବ୍ରେନକୁ ମଧ୍ୟ ଧରିପାରେ:

ମଙ୍କିପକ୍ସ ବ୍ୟାପିବା ଅଧିକ ହେବାର ସମ୍ଭାବନା ରହିଛି। ନିମୋନିଆ ଓ ବ୍ରେନକୁ ବି ଧରିପାରେ। ଯାହା ଅଧିକ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏବେ ସମସ୍ତ ପ୍ରବେଶ ପଥ ଉପରେ ନଜର ରଖାଯାଇଛି। ଇଣ୍ଟରନ୍ୟାସନାଲ କ୍ବାରେଣ୍ଟଇନରେ ଚିହ୍ନଟ ହେବେ। ଭାରତ ସରକାରଙ୍କ ଏକ ୟୁନିଟ ଏହାକୁ ନିୟନ୍ତ୍ରଣ କରୁଛି। ଅନଲାଇନରେ ସବୁ ରାଜ୍ୟ ସହ ଯୋଗାଯୋଗରେ ରହିଛି ୟୁନିଟ। ଅନବୋର୍ଡ ଏବଂ ଅଫବୋର୍ଡିଂରେ ନଜର ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+