ନୋଏଡ଼ାରେ ମଙ୍କିପକ୍ସ ଆତଙ୍କ, ଆଇସୋଲେସନରେ ସନ୍ଦିଗ୍ଧ
ଭୟ ବଢ଼ାଉଛି ମଙ୍କିପକ୍ସ । ଧିରେ ଧିରେ ବ୍ୟାପିବାରେ ଲାଗିଛି ଏହି ଭୂତାଣୁ। ବର୍ତ୍ତମାନ ଦିଲ୍ଲୀ ସଂଲଗ୍ନ ଉତ୍ତରପ୍ରଦେଶର ନୋଏଡା ଠାରେ ମଙ୍କିପକ୍ସର ଏକ ସନ୍ଦିଗ୍ଧ ମାମଲା ରୁଜୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି।
ନୋଏଡା: ଭୟ ବଢ଼ାଉଛି ମଙ୍କିପକ୍ସ । ଧିରେ ଧିରେ ବ୍ୟାପିବାରେ ଲାଗିଛି ଏହି ଭୂତାଣୁ। ବର୍ତ୍ତମାନ ଦିଲ୍ଲୀ ସଂଲଗ୍ନ ଉତ୍ତରପ୍ରଦେଶର ନୋଏଡା ଠାରେ ମଙ୍କିପକ୍ସର ଏକ ସନ୍ଦିଗ୍ଧ ମାମଲା ରୁଜୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ସେମାନଙ୍କ କହିବାନୁସାରେ, ରୋଗୀ ଜଣେ 47 ବର୍ଷୀୟା ମହିଳା ଯିଏ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ନିକଟକୁ ଯାଇଥିଲେ, ପରେ ତାଙ୍କ ନମୁନା ନିଆଯାଇଥିଲା। ଲକ୍ଷ୍ନୌ କୁ ପରୀକ୍ଷା ପାଇଁ ନମୁନା ପଠାଯାଇଛି ଏବଂ ରୋଗୀ ବର୍ତ୍ତମାନ ଘରେ ଆଇସୋଲେସନ୍ ରେ ଅଛନ୍ତି।

ରିପୋର୍ଟ ଆସିବା ପରେ ହିଁ ମଙ୍କିପକ୍ସ ନିଶ୍ଚିତ ହୋଇପାରିବ ବୋଲି ଜଣେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ରୋଗୀ ଜନଙ୍କର ଟ୍ରା ଭେଲ ହିଷ୍ଟ୍ରୀ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରି ନାହିଁ। ମଙ୍କିପକ୍ସ ହେଉଛି ଏକ ଭାଇରାଲ୍ ଜୁନୋସିସ୍ (ପ୍ରାଣୀମାନଙ୍କ ଦ୍ୱାରା ମନୁଷ୍ୟକୁ ସଂକ୍ରମିତ ଏକ ଭୂତାଣୁ)। ମଙ୍କପକ୍ସ ସାଧାରଣତଃ ଏକ ଆତ୍ମ-ସୀମିତ ରୋଗ ଯାହା ଲକ୍ଷଣ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।
ଏହା ସାଧାରଣତ ଜ୍ୱର, ମୁଣ୍ଡବିନ୍ଧା, ଦାଗ, ଗଳା ଯନ୍ତ୍ରଣା, କାଶ ଏବଂ ଗ୍ରନ୍ଥି ଫୁଲା ଭଳି ଲକ୍ଷଣ ଦେଖାଇ ଥାଏ। ଦେଶରେ ଏପର୍ଯ୍ୟନ୍ତ ଚାରିଟି ମଙ୍କିପକ୍ସ ମାମଲା ଦେଖା ଯାଇଛି। ପ୍ରଥମେ ଏହି ରୋଗ କେରଳରେ ଦେଖାଦେଇଥିଲା ପରବର୍ତ୍ତୀ ସମୟର ଏହା ରାଜଧାନୀ ଦିଲ୍ଲୀରେ ବ୍ୟାପିବାରେ ଲାଗିଚି। କେରଳରେ ତିନୋଟି ଏବଂ ଦିଲ୍ଲୀରେ ଗୋଟିଏ ମାମଲା ରେକର୍ଡ କରିଛି।












Click it and Unblock the Notifications