ମନ୍ତ୍ରୀଙ୍କର ହାଇଡ୍ରାମା ! ଗିରଫ ହେବା ପରେ କାନ୍ଦି କାନ୍ଦି ଗଡ଼ିଗଲେ ଶକ୍ତିମନ୍ତ୍ରୀ
ନୂଆଦିଲ୍ଲୀ:ତାମିଲନାଡୁ ମନ୍ତ୍ରୀ ଭି ସେନଥିଲ ବାଲାଜୀଙ୍କୁ ମନି ଲଣ୍ତରିଂ ମାମଲାରେ ବାନ୍ଧିଲା ଇଡି । ତାଙ୍କୁ ଗତକାଲି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବା ପରେ ଗରିଫ କରାଯାଇଥିଲା । ଯାହା ପରେ ଦେଖିବା ପାଇଁ ମିଳିଥିଲା ମନ୍ତ୍ରୀଙ୍କ ହାଇଡ୍ରାମା । ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି କହି କାନ୍ଦିବା ଆରମ୍ଭ କରିଥିଲେ ମନ୍ତ୍ରୀ । ଯାହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।
ସୂଚନା ଅନୁସାରେ, କ୍ୟାସ୍ ଫର ଜବ୍ ସ୍କାମରେ ତାମିଲନାଡୁର ଶକ୍ତି ମନ୍ତ୍ରୀ ଭି.ସେନଥିଲଙ୍କୁ ଇଡି ଗତକାଲି ଗିରଫ କରିଛି । ଗିରଫ ପୂର୍ବରୁ ତାଙ୍କୁ ଘଣ୍ଟା ଘଣ୍ଟା ପଚରାଉଚରା କରାଯାଇଥିଲା । ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ଗିରଫଦାରୀ ନିଶ୍ଚିତ ବୋଲି ଜାଣିବା ପରେ ଭି ସେନଥିଲ ବାଲାଜୀ ଛାତିରେ ଯନ୍ତ୍ରଣା ଅଭିଯୋଗ କରିଥିଲେ ଏବଂ କାନ୍ଧିବା ଆରମ୍ଭ କରିଥିଲେ । ଏହା ପରେ ଇଡି ତାଙ୍କୁ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ନେଇଥିଲେ।

ଡାକ୍ତରଖାନା ନେବା ସମୟରେ ଗାଡି ଭିତରେ କାନ୍ଦି ଗଡ଼ି ଯାଇଥିଲେ ମନ୍ତ୍ରୀ । ପରେ ତାଙ୍କୁ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯିବା ସବ ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି । ଡିଏମକେ ସାଂସଦ ତଥା ଓକିଲ ଆର୍ ଏଲାଙ୍ଗୋ କହିଛନ୍ତି ଯେ, ଭି ସେନଥିଲ ବାଲାଜୀଙ୍କୁ ଆଇସିୟୁରେ ରଖାଯାଇଛି,ତାଙ୍କ ଚିକିତ୍ସା ଜାରି ରହିଛି । ତାଙ୍କ ଗିରଫଦାରୀ ସମ୍ପର୍କରେ ଇଡି ଆନୁଷ୍ଠାନିକ ଭାବେ ସୂଚନା ଦେଇନାହିଁ ।
ସେପଟେ ତାମିଲନାଡୁର ଆଇନ୍ ମନ୍ତ୍ରୀ ମଧ୍ୟ ଇଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବାଲାଜୀଙ୍କୁ ଟାର୍ଗେଟ୍ କରାଯାଉଛି । ତାଙ୍କୁ ନିର୍ଯାତନା ଦିଆଯାଉଛି । ଇଡି ତାଙ୍କୁ ଦୀର୍ଘ ୨୪ ଘଣ୍ଟା ଧରି ପଚରା ଉଚରା କରିଥିଲା ଯାହା ସମ୍ପୁର୍ଣ୍ଣ ମାନବାଧିକ ବିରୋଧି । ସୂଚନାଥାଉ ଯେ, ପୂର୍ବରୁ ଅର୍ଥାତ୍ ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ବାଲାଜୀ ପରିବହନ ଥିଲେ । ସେହି ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ନେଇ
ଅଭିଯୋଗ ହୋଇଥିଲା ।












Click it and Unblock the Notifications