ମନି ଲଣ୍ଡରିଂ ଆକ୍ଟ: ପୂର୍ବ ଆଦେଶସମୀକ୍ଷା କରିବାକୁ ପ୍ରସ୍ତୁତ ସୁପ୍ରିମ୍ କୋର୍ଟ
ମନି ଲଣ୍ଡରିଂ ଆଇନର ବ୍ୟବସ୍ଥା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରାଯାଇଥିଲା। ଯାହାର ଶୁଣାଣି ଗୁରୁବାର ଅଦାଲତରେ ହୋଇଥିଲା। ଏହି ସମୟରେ ମୁଖ୍ୟ ବିଚାରପତି ଏନଭି ରମଣା କହିଥିଲେ ଯେ ଆମେ ଅନୁଭବ କରୁଛୁ ଯେ କିଛି ପ୍ରସଙ୍ଗକୁ ପୁନଃ ସମୀକ୍ଷା କରାଯିବା ଆ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନର ବ୍ୟବସ୍ଥା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରାଯାଇଥିଲା। ଯାହାର ଶୁଣାଣି ଗୁରୁବାର ଅଦାଲତରେ ହୋଇଥିଲା। ଏହି ସମୟରେ ମୁଖ୍ୟ ବିଚାରପତି ଏନଭି ରମଣା କହିଥିଲେ ଯେ ଆମେ ଅନୁଭବ କରୁଛୁ ଯେ କିଛି ପ୍ରସଙ୍ଗକୁ ପୁନଃ ସମୀକ୍ଷା କରାଯିବା ଆବଶ୍ୟକ । କଳାଧନ କିମ୍ବା ମନି ଲଣ୍ଡରିଂ ରୋକିବା କୁ ଅଦାଲତ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ବିଭିନ୍ନ ବ୍ୟବସ୍ଥାକୁ ବଜାୟ ରଖିବା ନିଷ୍ପତ୍ତି ବିରୋଧରେ ଆବେଦନ ଉପରେ ଏହାର ପ୍ରତିକ୍ରିୟା ମାଗିବା ପାଇଁ ଏହା କେନ୍ଦ୍ରକୁ ଏକ ବିଜ୍ଞପ୍ତି ଜାରି କରିଛି।

ଏହା ପୂର୍ବରୁ ଜୁଲାଇ 27 ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଥିବା ଏକ ବ୍ୟାଚ୍ ଆବେଦନ ଉପରେ ନିଜର ରାୟ ପ୍ରଦାନ କରିଥିଲା । ଯାହା ତଦନ୍ତ ଏବଂ ଗିରଫ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତାକୁ ବଜାୟ ରଖିଥିଲା। ଯାହା ଉପରେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚି ଜୁଲାଇ 27 ନିଷ୍ପତ୍ତି ସମ୍ପର୍କରେ ସମୀକ୍ଷା ଆବେଦନ କରିଥିଲେ। ଗୁରୁବାର ଦିନ ସମାନ ଆବେଦନର ଶୁଣାଣି ହୋଇଥିଲା। ଅଦାଲତ ଏହି ଆବେଦନକୁ ଗ୍ରହଣ କରି କହିଛନ୍ତି ଯେ ଏହାର ସମସ୍ତ ଦିଗ ଉପରେ ବିଚାର କରାଯିବ।
କାର୍ତ୍ତି ଚିଦାମ୍ବରମଙ୍କ କହିବାନୁସାରେ, ଏହି ରାୟକୁ ଗମ୍ଭୀର ତ୍ରୁଟି ଏବଂ ସମ୍ବିଧାନର ପୂର୍ବ ବିଚାର ଏବଂ ବ୍ୟବସ୍ଥାର ବିପରୀତ ଆଧାରରେ ସମୀକ୍ଷା କରାଯିବା ଉଚିତ୍ । ଏହି ଆଦେଶ ସମ୍ବିଧାନର ଧାରା 20 ଏବଂ ଧାରା 21 ର ବିପରୀତ । ସେହି ସମୟରେ ଅପରାଧିକ ନ୍ୟାୟଶାସ୍ତ୍ରର ସ୍ଥିର ନୀତି ଏବଂ ଅଦାଲତ ଦ୍ୱାରା ପୁନର୍ବିଚାର ଯୋଗ୍ୟ । ପୂର୍ବ ଆଦେଶ ସର୍ବୋଚ୍ଚ ନ୍ୟାୟାଳୟ ଇଡି ଦ୍ୱାରା କରାଯାଉଥିବା ଗିରଫ, ଚଢାଉ ଏବଂ ସମନକୁ ସମର୍ଥନ କରିଥିଲା। ଅଦାଲତ କହିଥିଲେ ଯେ ପିଏମଏଲଏ ଆଇନରେ ଇଡିକୁ ଦିଆଯାଇଥିବା ସମସ୍ତ ଅଧିକାର ସଂପୂର୍ଣ୍ଣ ଠିକ୍ । ଅଭିଯୁକ୍ତଙ୍କୁ ଇସିରର ଏକ କପି ଦେବାର କୌଣସି ଆବବଶ୍ୟକତା ନାହିଁ , କେବଳ ଇଡି ଗିରଫଦାରୀର କାରଣ ସ୍ପଷ୍ଟ କରିବା ଉଚିତ୍ ।












Click it and Unblock the Notifications