ଖୁବ୍ ଶୀଘ୍ର ହେବ ହେବ ମୋହନଙ୍କ କ୍ୟାବିନେଟ ସମ୍ପ୍ରସାରଣ, କିଏ ହେବେ ମନ୍ତ୍ରୀ ଜାଣନ୍ତୁ
ଭୋପାଳ:ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ କ୍ୟାବିନେଟ୍ ଗଠନକୁ ଅପେକ୍ଷା କରାଯାଇଛି । କିଏ ମନ୍ତ୍ରୀ ପଦ ପାଇବ ଏବଂ କିଏ ପାଇବ ନାହିଁ ସେନେଇ ରାଜନୈତିକ ସମୀକ୍ଷା ଚାଲିଛି । ଆଉ ଏହାକୁ ନେଇ ମଧ୍ୟ ରାଜ୍ୟରେ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହି ସମୟରେ ମଧ୍ୟପ୍ରଦେଶର ସମସ୍ତ ବରିଷ୍ଠ ବିଧାୟକ ତଥା ପୂର୍ବତନ ସାଂସଦ ମଧ୍ୟ ମନ୍ତ୍ରୀ ହେବେ ବୋଲି ଖବର ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ପୂର୍ବରୁ ପ୍ରହ୍ଲାଦ ପଟେଲ ଏବଂ କୈଲାଶ ବିଜୟଭର୍ଗିଆ ମନ୍ତ୍ରୀ ହେବାକୁ ଆପତ୍ତି କରିଥିଲେ, କିନ୍ତୁ ହାଇକମାଣ୍ଡଙ୍କ ଚାପ ପରେ ପ୍ରହ୍ଲାଦ ଏବଂ କୈଲାଶ ଏଥିରେ ସହମତ ହୋଇଥିଲେ । ମଧ୍ୟପ୍ରଦେଶରେ ବିଧାନସଭା ଅଧିବେଶନ ପରେ କ୍ୟାବିନେଟ ସମ୍ପ୍ରସାରଣ ହେବ । ଅନ୍ୟପଟେ ଆସନ୍ତାକାଲି ବିଧାନସଭା ଅଧିବେଶନର ଶେଷ ଦିନ ।
ଦିଲ୍ଲୀରେ ଜେପି ନାଡା ଏବଂ ଅମିତ ଶାହାଙ୍କୁ ଭେଟିବେ ମୋହନ ଯାଦବ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗୁରୁବାର ଦିନ ଦିଲ୍ଲୀ ଯିବେ । ସେ ଜେପି ନଡ୍ଡା ଏବଂ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜେପି ନଡ୍ଡା ଏବଂ ଅମିତ ଶାହାଙ୍କୁ ଭେଟିବା ପରେ ସିଏମ ମୋହନ ଯାଦବ କ୍ୟାବିନେଟରେ ସ୍ଥାନ ପାଇବାକୁ ଥିବା ନାମ ବିଷୟରେ ଆଲୋଚନା କରିବେ ବୋଲି ଏବେ ଶୁଣାଯାଉଛି । ଏହାପୂର୍ବରୁ ନିକଟରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଥିଲା । ଯଦିଓ ଏହି ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇନାହିଁ । ତେବେ ସେହି ତାଲିକରେ କିଏ ଅଛନ୍ତି ଆସନ୍ତୁ ଜାଣିବା , ମଧ୍ୟପ୍ରଦେଶରେ କେଉଁ ବିଧାୟକଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି ସମ୍ଭାବନା ରହିଛି ।
୧. ରମେଶ୍ୱର ଶର୍ମା ୨. ରମେଶ ମେଣ୍ଡୋଲା ୩. ଗୋବିନ୍ଦ ରାଜପୁତ, ୪. ରିତି ପାଠକ ୫. ସଞ୍ଜୟ ପାଠକ , ୬ କୃଷ୍ଣ ଗୌର
୭. ହରି ସିଂ ରଘୁବନ୍ସି, ୮. ସରଲା ରାୱତ ୯. ନୀନା ଭର୍ମା । ୧୦. ପ୍ରଡୁମନା ତୋମାର ୧୧. ଅଭିଲାଶ ପାଣ୍ଡେ ୧୨. ଧିରେନ୍ଦ୍ର ବାହାଦୂର ସିଂ ୧୩. ସାମ୍ପାତିଆ ଉଇକେ ୧୪. ଚେତନ୍ୟ କୈଶ୍ୟପ
ଏପଟେ ମଧ୍ୟପ୍ରଦେଶର ୧୬ ତମ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରୁଛନ୍ତି । ପ୍ରଥମେ ସିଏମ ଡକ୍ଟର ମୋହନ ଯାଦବ ଶପଥ ଗ୍ରହଣ କରିଥିଲେ, ଏହା ପରେ ବିରୋଧୀ ଦଳର ନେତା ଉମାଙ୍ଗ ସିଙ୍ଗର ଶପଥ ଗ୍ରହଣ କରିଥିଲେ । ବିଧାନସଭା ଅଧିବେଶନରେ ପ୍ରୋଟୋମ ବାଚସ୍ପତି ଗୋପାଳ ଭର୍ଗାଭା ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ।
ପ୍ରଥମେ ସିଏମ ଡ.ମୋହନ ଯାଦବ ଏହି ଶପଥ ଗ୍ରହଣ କରିଥିଲେ । ଏହା ପରେ ଡେପୁଟି ସିଏମ୍ ଜଗଦୀଶ ଦେଓରା, ଡେପୁଟି ସିଏମ୍ ରାଜେନ୍ଦ୍ର ଶୁକ୍ଲା, ବିରୋଧୀ ଦଳର ନେତା ଉମାଙ୍ଗ ସିଙ୍ଗର ଏବଂ ପୂର୍ବତନ ସିଏମ୍ ଶିବରାଜ ସିଂ ଚୌହାନ ଶପଥ ଗ୍ରହଣ କରିଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications