ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନରେ ହାରିଲେ ମୋହନ ଯାଦବ, ଜାଣନ୍ତୁ କେଉଁ ନିର୍ବାଚନ ଲଢ଼ୁଥିଲେ
ଭୋପାଳ: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କର ପ୍ରଥମ ନିର୍ବାଚନରେ ସେ ହାରିଯାଇଛନ୍ତି । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ର ଉପାଧ୍ୟକ୍ଷ ପଦ ପାଇଁ ଲଢ଼ିଥିଲେ ନିର୍ବାଚନା ଆଉ ଏଥିରେ ତାଙ୍କୁ ମାତ୍ର ୫ଟି ଭୋଟ୍ ମିଳିଥିଲା । ସଞ୍ଜୟ ସିଂ ଡବ୍ଲୁଏଫଆଇର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ସଞ୍ଚୟଙ୍କୁ ଡବ୍ଲୁଏଫ୍ଆଇର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ନିକଟତର ସହଯୋଗୀ ବୋଲି ବିବେଚନା କରାଯାଏ । (WFI)ର ଉପାଧ୍ୟକ୍ଷ ପଦ ପାଇଁ ପଶ୍ଚିମବଙ୍ଗର ଅସିତ କୁମାର ସାହା, ପଞ୍ଜାବର କାର୍ତ୍ତର ସିଂ, ମଣିପୁରର ଏନ ଫୋନ ଏବଂ ଦିଲ୍ଲୀର ଜୟପ୍ରକାଶ ନିର୍ବାଚିତ ହୋଇଛନ୍ତି ।
ଏହି ପଦ ପାଇଁ ମୋହନ ଯାଦବ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ । ଯେତେବେଳେ ଏହି ପଦ ପାଇଁ ନାମାଙ୍କନ ଭରିଥିଲେ ସେତେବେଳେ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇନଥିଲେ । ସେ ୧ ଡିସେମ୍ବର ୨୦୨୩ ରେ ସିଏମ୍ ହେବା ବେଳକୁ ନାମାଙ୍କନ ପ୍ରତ୍ୟାହାର ତାରିଖ ପାସ ହୋଇଯାଇଥିଲା । ସିଏମ୍ ହେବା ପରେ ସେ ଏଥିପ୍ରତି ଧ୍ୟାନ ଦେଇ ପାରିନଥିଲେ । ସେଥିପାଇଁ ତାଙ୍କୁ ମାତ୍ର ୫ ଟି ଭୋଟ୍ ମିଳିଛି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବର୍ତ୍ତମାନ ମଧ୍ୟପ୍ରଦେଶ ରେସଲିଂ ଆସୋସିଏସନର ସଭାପତି ଏବଂ ଭାରତୀୟ ରେସଲିଂ ଆସୋସିଏସନର ଉପାଧ୍ୟକ୍ଷ ଅଛନ୍ତି । ଏଥି ସହ ଉତ୍ତରପ୍ରଦେଶର ସଞ୍ଜୟ କୁମାର ସିଂ (WFI)ର ସଭାପତି ପଦ ପାଇଁ ସର୍ବାଧିକ ୪୦ ଭୋଟ୍ ପାଇଛନ୍ତି । ଓଡିଶାରୁ ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନୀତା ମାତ୍ର ସାତୋଟି ଭୋଟ୍ ପାଇ ପରାଜୟର ସମ୍ମୁଖୀନ୍ନ ହୋଇଛନ୍ତି । ସେହିପରି ବରିଷ୍ଠ ଉପାଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଆସାମର ଦେବେନ୍ଦ୍ରଙ୍କୁ ୩୨ ଭୋଟ ଏବଂ ଗୁଜରାଟର ଆଇ ଡି ନାନାବଟୀ ୧୫ ଭୋଟ ପାଇଛନ୍ତି ।
ଆଉ ଉପାଧ୍ୟକ୍ଷ ପଦ ପାଇଁ ୪ଜଣଙ୍କୁ ଚୟନ କରାଯିବାର ଥିଲା ।ଏଥିରେ ପଞ୍ଜାବର କାର୍ଟର ସିଂ ୪୪ ଟି ଭୋଟ୍ ପାଇଛନ୍ତି । ପଶ୍ଚିମବଙ୍ଗର ଅସିତ କୁମାର ସାହା ୪୨ ଟି ଭୋଟ୍ ପାଇଛନ୍ତି । ମଣିପୁରର ଏନ୍ ଫୋନିଙ୍କ ୩୮ ଭୋଟ୍ ପାଇଥିବା ବେଳେ ଦିଲ୍ଲୀର ଜୟ ପ୍ରକାଶ ୩୭ ଟି ଭୋଟ୍ ପାଇଛନ୍ତି । ଆଉ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୫ଟି ଭୋଟ ପାଇ ନିର୍ବାଚନ ହାରିଛନ୍ତି ।












Click it and Unblock the Notifications