ବିଜୟାଦଶମୀ ଅବସରରେ ଚେତାବନୀ ଦେଲେ ମୋହନ ଭାଗବାତ; ଏକଜୁଟ୍ ହେଉଛନ୍ତି ପାକିସ୍ତାନ-ବାଂଲାଦେଶ,
ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ପଡିଆରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭଗବତ 'ଶସ୍ତ୍ର ପୂଜନ' କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିକ କରି ସେ କହିଛନ୍ତି, ବାଂଲାଦେଶରେ ଆଲୋଚନା ଚାଲିଛି ଯେ, ପାକିସ୍ତାନ ନିକଟରେ ପରମାଣୁ ଅସ୍ତ୍ର ଥିବାରୁ ଭାରତ ବିରୋଧରେ ଏହାକୁ ପ୍ରୟୋଗ କରାଯିବା ଉଚିତ୍। ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ହିନ୍ଦୁମାନେ ସଂଗଠିତ ହେବା ଉଚିତ୍ ।
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ମୋହନ ଭାଗବତ କହିଛନ୍ତି, ସ୍ଥାନୀୟ କାରଣରୁ ବାଂଲାଦେଶରେ ହିଂସାତ୍ମକ ଘଟଣା ହୋଇଥିଲା । ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି । ସେହି ଅତ୍ୟାଚାରକୁ ବିରୋଧ କରି ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟ ଏଥର ସଂଗଠିତ ହୋଇ ନିଜକୁ ରକ୍ଷା କରିବା ପାଇଁ ଘରୁ ବାହାରକୁ ଆସିବା ଉଚିତ୍ । କିନ୍ତୁ ଯେପର୍ଯ୍ୟନ୍ତ ଏହି ଅତ୍ୟାଚାରକାରୀ ମୌଳିକବାଦୀ ଗୋଷ୍ଠୀ ସେଠାରେ ଅଛନ୍ତି, ସେଠାରେ ଥିବା ହିନ୍ଦୁମାନଙ୍କ ସମେତ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ମୁଣ୍ଡ ଉପରେ ବିପଦର ଖଣ୍ଡା ଝୁଲି ରହିବ ।

ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ ସେ କହିଛନ୍ତି, ବାଂଲାଦେଶରୁ ଭାରତକୁ ବେଆଇନ ଅନୁପ୍ରବେଶ ଏବଂ ଜନସଂଖ୍ୟା ଅସନ୍ତୁଳନ ଗୁରୁତର ବିଷୟ ପାଲଟିଛି । ଏହି ଅନୈତିକ ଅନୁପ୍ରବେଶ ଯୋଗୁ ଦେଶର ପାରସ୍ପରିକ ସମନ୍ବୟ ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଅସଂଗଠିତ ଏବଂ ଦୁର୍ବଳ ରହିବା ଦୁଷ୍ଟମାନଙ୍କ ଦ୍ୱାରା ଅତ୍ୟାଚାରକୁ ନିମନ୍ତ୍ରଣ କରିବା । ଏହି ଶିକ୍ଷାକୁ ସମଗ୍ର ବିଶ୍ୱରେ ହିନ୍ଦୁ ସମାଜ ମଧ୍ୟ ଗ୍ରହଣ କରିବା ଉଚିତ୍ । କେଉଁ ଦେଶ ଭାରତ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି ତାହା କହିବା କୌଣସି ଆବଶ୍ୟକତା ନାହିଁ । ସରକାରଙ୍କୁ ମଧ୍ୟ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ ।












Click it and Unblock the Notifications