ମୋଦିଙ୍କୁ ଫୋନ କରି ବଡ କଥା କହିଲେ ମହମ୍ମଦ ୟୁନୁସ

ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ସୁରକ୍ଷାକୁ ନେଇ ଆଶ୍ୱାସନା ଦେଇଛନ୍ତି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ୟୁନୁସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଲ୍ କରି ସୁନିଶ୍ଚିତ କରାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟ ଯୋଗେ ସ୍ପଷ୍ଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ପୋଷ୍ଟରେ କହିଛନ୍ତି, ଆଜି ବାଂଲାଦେଶ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କଲ୍ କରିଥିଲେ। ଦେଶରେ ଚାଲିଥିବା ବର୍ତ୍ତମାନ ପରିସ୍ଥିତି ଉପରେ ସେ ମତ ବିନିମୟ କରିଛନ୍ତି।

ସେଠାରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ତଥା ନିରାପତ୍ତା ବାବଦରେ ଆଶ୍ୱସନା ଦେଇଛନ୍ତି ୟୁନୁସ। ଏଥିସହ ସେ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରକାଶ ଥାଉକି, ଗତକାଲି ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଥିଲେ। ବାଂଲାଦେଶ ତଥା ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଭାରତର ୧୪୦ କୋଟି ଜନତା ଚିନ୍ତିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+