ମହମ୍ମଦ ସିରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ ; କ୍ରିକେଟରରୁ DSP ଭାବେ ହେଲେ ନିଯୁକ୍ତି
ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତେଲେଙ୍ଗାନା ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ବା DSP ଭାବେ ଯୋଗ ଦେଲେ ଭାରତୀୟ କ୍ରିକେଟ୍ ଟିମର ଫାଷ୍ଟ ବୋଲର୍ ମହମ୍ମଦ ସିରାଜ୍।

ଆଜି ସେ ତେଲେଙ୍ଗାନା ଡିଜିପି ଅଫିସରେ ପହଞ୍ଚି ବିଧିବଦ୍ଧ ଭାବେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ତେଲେଙ୍ଗାନା ଡିଜିପି ଓ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତରେ ସରକାରୀ ଚାକିରି ପାଇଥିବା ସିରାଜ ପ୍ରଥମ କ୍ରିକେଟର ନୁହଁନ୍ତି। ଦେଶର ଅନେକ କ୍ରିକେଟର ମଧ୍ୟ କ୍ରୀଡା ହେତୁ ପ୍ରଶାସନରେ ବଡ ପଦବୀ ପାଇଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା ।
ଟି-୨୦ ବିଶ୍ୱକପ ୨୦୦୭ରେ ଭାରତୀୟ ଦଳ ପାଇଁ ଐତିହାସିକ ଶେଷ ଓଭର ବୋଲିଂ କରିଥିବା ପୂର୍ବତନ କ୍ରିକେଟର ଯୋଗିନ୍ଦର ଶର୍ମା ମଧ୍ୟ ପୋଲିସ ବିଭାଗରେ ଡିଏସପି ଭାବରେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ସେ ହରିୟାଣା ସରକାରଙ୍କ ପାଇଁ ସେବା ଯୋଗାଉଛନ୍ତି।












Click it and Unblock the Notifications