ମହମ୍ମଦ ମୁଖବିର ହେବେ ଇରାନର ମଧ୍ୟକାଳୀନ ରାଷ୍ଟ୍ରପତି

ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ କିଏ ପଦବୀ ସମ୍ଭାଳିବେ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଏହି ରେସରେ ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ମୁଖବିରଙ୍କ ନାଁ ଆଗରେ ରହିଛି। ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ସୁଦ୍ଧା ମୁଖବିର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇ ପାରନ୍ତି।

Mohammad Mokhbir

ଇରାନ ସମ୍ବିଧାନ ଅନୁସାରେ, ଯଦି କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟୁଛି କିମ୍ବା ସେ ଅନ୍ୟ କୌଣସି କାରଣରୁ ପଦରୁ ଇସ୍ତଫା ଦେଉଛନ୍ତି ତେବେ ପ୍ରଥମ ଉପରାଷ୍ଟ୍ରପତି ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ତୁଲାଇବେ ଏବଂ ୫୦ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ପଡ଼ିବ। ସେ ଦୃଷ୍ଟିରୁ ବର୍ତ୍ତମାନ ମହମ୍ମଦ ମୁଖବିର ପ୍ରଥମ ଉପରାଷ୍ଟ୍ରପତି ଥିବାରୁ ସେ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ହୋଇପାରନ୍ତି।

ତେବେ ଇରାନରେ ଜଣେ ଉପରାଷ୍ଟ୍ରପତି ନଥାନ୍ତି। ଦେଶରେ ଉପରାଷ୍ଟ୍ରପତି ପଦବୀ ପାଇଁ କୌଣସି ନିର୍ବାଚନ ହୋଇନଥାଏ। କିଛି ସର୍ବୋଚ୍ଚ ଅଧିକାରୀ ଉପରାଷ୍ଟ୍ରପତିମାନଙ୍କୁ ନିଯୁକ୍ତି ଦେଇଥାନ୍ତି। ଇବ୍ରାହିମ ରଇସି ରାଷ୍ଟ୍ରପତି ହେବା ପରେ ୨୦୨୧ରେ ମୁଖବିରଙ୍କୁ ପ୍ରଥମ ଉପରାଷ୍ଟ୍ରପତି ଭାବେ ନିଯୁକ୍ତ କରାଇଥିଲେ। ସେହିପରି ଅନ୍ୟ କେତେକ ନେତା ମଧ୍ୟ ଉପରାଷ୍ଟ୍ରପତି ଅଛନ୍ତି। ମୁଖବିର ପ୍ରଥମ ସ୍ଥାନରେ ଥିବାରୁ ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବା ଏକ ପ୍ରକାର ସ୍ପଷ୍ଟ।

୬୯ ବର୍ଷୀୟ ମହମ୍ମଦ ମୁଖବିର୍, ସେପ୍ଟେମ୍ବର ୧, ୧୯୫୫ରେ ଜନ୍ମଗ୍ରହଣ କରିଥିଲେ। ସେ ଇରାନର ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ରଇସଙ୍କ ନିର୍ବାଚନ ପରେ ସେ ୨୦୨୧ରେ ପ୍ରଥମ ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+