କେଜ୍ରିୱାଲଙ୍କ ଉପରେ ସ୍ମୃତିଙ୍କ ମନ୍ତବ୍ୟ, କହିଲେ ସେ ହେଉଛନ୍ତି ଭାରତର ....
ଦିଲ୍ଲୀରେ ବିଜେପିର ବଡ଼ ବିଜୟ । ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କଲା ଭାରତୀୟ ଜନତା ପାର୍ଟି । ତୃତୀୟ ଥର କ୍ଷମତାକୁ ଆସିବାର ଆପ୍ ଯେଉଁ ସ୍ବପ୍ନ ଦେଖୁଥିଲା ତାହା କେବଳ ସ୍ବପ୍ନରେ ହିଁ ରହିଗଲା । ବିଜେପି ୪୮ଟି ଆସନ ଜିତିଥିବା ବେଳେ ଆପ୍ ୨୨ଟି ଆସନ ପାଇଛି। ଆପ୍ ପାଇଁ ଆଉ ଏକ ବଡ଼ ଝଟକା ହେଉଛି ଏହାର ଦୁଇ ପ୍ରମୁଖ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ହାରିଯାଇଛନ୍ତି।

କେଜ୍ରିୱାଲ ହାରିବା ଖବର ଆସିବା ପରେ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦେଇଥିବା ପ୍ରତିକ୍ରିୟାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ସ୍ମୃତି କହିଛନ୍ତି ଯେ ନିଜକୁ ସମାଜ ସଂସ୍କାରର ଅଗ୍ରଦୂତ କହୁଥିବା ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଭାରତର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ମଧ୍ୟରୁ ଜଣେ। ସେମାନେ (ସାଧାରଣ ଜନତା) ତାଙ୍କୁ ଏତେ ମୁକ୍ତ କରି ଦେଇଛନ୍ତି ଯେ ସେ ଏବେ ଜେଲ୍ ଯିବେ ଓ ତାଙ୍କ ଅପରାଧର ସଜା ଭୋଗିବେ।












Click it and Unblock the Notifications