ବିଦେଶ ମାଟିରେ ମୋଦୀଙ୍କ ବଡ ଘୋଷଣା, ୟୁଏଇରେ ଖୁବ୍ ଶୀଘ୍ର ଆରମ୍ଭ ହେବ UPI ସେବା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ୟୁଏଇ ଗସ୍ତରେ ଅଛନ୍ତି।ସେଠାରେ ଏକ ବିଶାଳ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦି । ୟୁଏ ସେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ୟୁଏଇରେ UPI ସିଷ୍ଟମ କାର୍ଯ୍ୟକ୍ଷମ ହେବ ଏବଂ ଭାରତରେ ଯେଉଁଭଳି UPI ସେବା ପାଇବେ, ସେହିଭଳି ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ହେବ । ଫଳରେ ଲୋକଙ୍କ ପାଇଁ କାରବାର କରିବା ବହୁତ ସହଜ ହେବ । ଦୁଇ ଦେଶ ମଧ୍ୟରେ ଡିଜିଟାଲ ପେମେଣ୍ଟ ସିଷ୍ଟମର ସଂଯୋଗ ଏକ ନୂତନ ଯୁଗ ଆରମ୍ଭ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁଏଇ ବର୍ତ୍ତମାନ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗୀଦାର ଏବଂ ସପ୍ତମ ବୃହତ୍ତମ ନିବେଶକ। ଉଭୟ ଦେଶ ଜୀବନଯାପନ ତଥା ବ୍ୟବସାୟ କରିବାରେ ସହଜତା ପାଇଁ ସହଭାଗୀତା କରୁଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ହେଉଛି ପ୍ରତ୍ୟେକ ଭାରତୀୟଙ୍କର ଲକ୍ଷ୍ୟ।
୨୦୧୫ରେ ୟୁଏଇ ଗସ୍ତରେ ଆସିଥିବା ତାଙ୍କର ପ୍ରଥମ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେହି ସମୟରେ ସେ କେନ୍ଦ୍ର ସରକାରରେ ନୂତନ ଥିଲେ ଏବଂ ତିନି ଦଶନ୍ଧି ମଧ୍ୟରେ ୟୁଏଇକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିଲା। ଏହା ପରଠାରୁ ଦଶ ବର୍ଷ ମଧ୍ୟରେ ୟୁଏଇ ଗସ୍ତରେ ଏହା ମୋର ସପ୍ତମ ଗସ୍ତ। ମୁଁ ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ଏହା କେବଳ ମୋର ସମ୍ମାନ ନୁହେଁ, ୧୪୦ କୋଟି ଭାରତୀୟଙ୍କ ସମ୍ମାନ।












Click it and Unblock the Notifications