ବିହାର ପାଇଁ ମୋଦିଙ୍କ ବଡ ଘୋଷଣା; କର୍ମନିଯୁକ୍ତି ପାଇ ନଥିବା ଯୁବକ ଏଣିକି ମାସକୁ ୧ ହଜାର ଟଙ୍କା ପାଇବେ

ବିହାର ଯୁବକ ଓ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଉପହାର । କର୍ମନିଯୁକ୍ତି ପାଇ ନଥିବା ଯୁବକ ଏଣିକି ମାସକୁ ୧ ହଜାର ଟଙ୍କା ପାଇବେ । ନୂଆ ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିହାରର ସ୍ନାତକ ପାସ୍ କରି ବେକାର ଥିବା ୫ ଲକ୍ଷ ଯୁବକ ଏହାଦ୍ୱାରା ଉପକୃତ ହେବେ। ସେମାନଙ୍କୁ ମାଗଣା କୌଶଳ ତାଲିମ ମଧ୍ୟ ଦିଆଯିବ। ସେହିପରି ଆଜି ନୂଆ ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

modi

ଏହାଦ୍ୱାରା ବିହାରର ସ୍ନାତକ ଛାତ୍ରମାନେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧମୁକ୍ତ ଋଣ ପାଇବେ । ଏହି ଶିକ୍ଷା ଋଣ ବିହାରର ଉଚ୍ଚଶିକ୍ଷା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ଏହି ଯୋଜନାରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଉପକୃତ ହୋଇସାରିଛନ୍ତି । ମୋଟ ୭ ହଜାର ୮୮୦ କୋଟିରୁ ଅଧିକ ଟଙ୍କା ଋଣ ଦିଆଯାଇଛି । ଆସନ୍ତା ମାସରେ ବିହାର ବିଧାନସଭା ନିର୍ବାଚନ ଅଛି । ଏହାକୁ ଆଖି ଆଗରେ ରଖି ଯୁବକ ଓ ଛାତ୍ରମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ନୂଆ ଯୋଜନା ଆରମ୍ଭ କରାଯାଇଥିବା ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+