ବଜେଟ୍ ଅଧିବେଶନକୁ ନେଇ ମୋଦିଙ୍କ ସମ୍ବୋଧନ, କହିଲେ ଆତ୍ମବିଶ୍ୱାସ ପୂର୍ଣ୍ଣ ଭାରତ ବିଶ୍ୱରେ ଆକର୍ଷଣର କେନ୍ଦ୍ର ପାଲଟିଛି

ଆର୍ଥିକ ସର୍ବେକ୍ଷଣ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ କେନ୍ଦ୍ର ବଜେଟ୍ ଉପରେ ଲୋକଙ୍କ ଧ୍ୟାନ କେନ୍ଦ୍ରିତ ରହିବା ସ୍ଵାଭାବିକ, କାରଣ ବଜେଟ୍ ଦେଶର ଅର୍ଥିକ ଦିଗ ଏବଂ ବିକାଶର ପ୍ରାଥମିକତା ଧାର୍ଯ୍ୟ କରେ। ହେଲେ ସରକାରଙ୍କ ପରିଚୟ କେବଳ ବଜେଟ୍ ପର୍ଯ୍ୟନ୍ତ ସୀମିତ ନାହିଁ। ବିଗତ ବର୍ଷରେ ସରକାର ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ନୀତି ଜରିଆରେ ଦେଶର ବିକାଶକୁ ନୂଆ ଗତି ଦେଇଛନ୍ତି।

modi

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏବେ ଭାରତ ରିଫର୍ମ ଏକ୍ସପ୍ରେସ୍ ଦିଗରେ ତୀବ୍ର ଗତିରେ ଆଗକୁ ବଢୁଛି। ଏହି ଦୁଶାର ଯାତ୍ରା କେବଳ ସରକାରଙ୍କ ଯାଏଁ ସୀମିତ ନାହିଁ, ସଂସଦର ସମସ୍ତ ସଦସ୍ୟଙ୍କ ସକାରାତ୍ମକ ସହଯୋଗରେ ଏହାକୁ ଶକ୍ତି ମିଳିଛି। ସମସ୍ତଙ୍କ ସହଯୋଗ ଏବଂ ସକାରାତ୍ମକ ଉର୍ଜା କାରଣରୁ ଏହି ରିଫର୍ମ ଏକ୍ସପ୍ରେସ୍ ନିରନ୍ତର ଭାବେ ଚାଲିଛି। ଦେଶ ଏବେ ଲମ୍ଵା ସମସ୍ୟାରୁ ବାହାରି ସ୍ଥାୟୀ ଏବଂ ଦୂରଗାମୀ ସମାଧାନ ଦିଗରେ ଆଗକୁ ବଢୁଛି। ଭାରତ ଏବଂ ୟୁରୋପୀୟ ସଙ୍ଘ ମଧ୍ୟରେ ହୋଇଥିବା ମୁକ୍ତ ବ୍ୟାପାର ବୁଝାମଣା ହେଉଛି ଆତ୍ମନିର୍ଭର ଭାରତର ଏକ ବଡ଼ ଉଦାହରଣ। ଏହି ବୁଝାମଣା ଦେଶର ଉଜ୍ଜଳ ଭବିଷ୍ୟତ ଏଵଂ ଭାରତର ଯୁବକମାନଙ୍କ ପାଇଁ ନୂଆ ସମ୍ଭାବନାର ସଙ୍କେତ।

ପିଏମ୍ ମୋଦି ଦେଶର ବିକାଶର ଦୀର୍ଘକାଳୀନ ଲକ୍ଷ୍ୟ ନେଇ ବି କହିଛନ୍ତି। ସେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ସମାପ୍ତ ହୋଇଛି। ଏବେ ଆଗାମୀ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆସନ୍ତା ୨୫ ବର୍ଷର ଏହି ଯାତ୍ରା ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଏହି ନୂଆ ପର୍ଯ୍ୟାୟର ପ୍ରଥମ ବଜେଟ୍ ଖୁବଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ। ଦେଶର ପ୍ରଥମ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ନବମ ଥର ବଜେଟ୍ ଉପସ୍ଥାପନ କରିବେ। ଯାହାକି ଦେଶ ପାଇଁ ଏକ ଗୌରବପୂର୍ଣ୍ଣ ମୂହୁର୍ତ୍ତ। ସେହିପରି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ମୋଦି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସମ୍ବୋଧନ ୧୪୦ କୋଟି ଭାରତୀୟଙ୍କ ବିଶ୍ଵାସ, କ୍ଷମତା ଏବଂ ଆକାଂକ୍ଷାର ଅଭିବ୍ୟକ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+