ଟ୍ରେନରେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ୧୦ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା କରିବେ ମୋଦି

Rail Force One: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ରୁ 24 ଅଗଷ୍ଟ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରଥମେ 21 ରୁ 23 ଅଗଷ୍ଟ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ ଏବଂ 23 ଅଗଷ୍ଟରେ Kyiv ଗସ୍ତରେ ଯିବା ନେଇ ସୂଚନା ରହିଛି ।

ମୋଦିଙ୍କ 23 ଅଗଷ୍ଟ ଗସ୍ତ ବିଷୟରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହା ଏକ "ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ" ଗସ୍ତ ହେବା ପାଇଁ ଯାଉଛି । 30 ବର୍ଷ ପୂର୍ବେ ରାଡନୈତୀକ ସମ୍ପର୍କ ସ୍ଥାପନ ହେବା ପରଠାରୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଭାବେ ମୋଦି ପ୍ରଥମ ଥର ୟୁକ୍ରେନ ଗସ୍ତ କରିବା ପାଇଁ ଯାଉଛନ୍ତି ।

pm modi

ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତ ଅତ୍ୟନ୍ତ ବିପଦଜନକ, କାରଣ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡ ସୀମାରୁ ଟ୍ରେନ ଯୋଗେ ଯୁଦ୍ଧଗ୍ରସ୍ତ ଦେଶରେ ପହଞ୍ଚିବେ । ତେବେ ଏହି ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ ୟୁକ୍ରେନ ମସ୍କୋ ଉପରେ ସବୁଠୁ ବଡ଼ ଆକ୍ରମଣ କରିଛି । ତେବେ ପ୍ରଧାନମନ୍ତ୍ରୀ ୟୁକ୍ରେନ ବିମାନ ଯୋଗେ କାହିଁକି ଗସ୍ତ କରୁ ନାହାଁନ୍ତି । କାରଣ Kyiv ଏହାର ବାୟୁସ୍ଥାନ ଉପରେ ପ୍ରତିବନ୍ଧକ ଲଗାଇସାରିଛି, ତେଣୁ ଯୁଦ୍ଧଗ୍ରସ୍ତ ଦେଶକୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ସ୍ୱତନ୍ତ୍ର ବ୍ୟବସ୍ଥାରେ କରାଯିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ବିମାନରେ ଯାତ୍ରା କରିବେ ନାହିଁ। ସେଥିପାଇଁ ପୋଲାଣ୍ଡ ସୀମାରୁ ପ୍ରାୟ 10 ଘଣ୍ଟିଆ ଟ୍ରେନ୍ ଯାତ୍ରା କରିବେ । ପୋଲାଣ୍ଡ ସୀମାକୁ ଫେରିବା ପାଇଁ ସମାନ ସମୟ ଲାଗିବ । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ କରାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନର ରାଜଧାନୀରେ ପ୍ରାୟ ସାତ ଘଣ୍ଟା ବିତାଇବେ ଏବଂ ସେଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଏବଂ ଦେଶର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବେ ମୋଦି । ନୂଆଦିଲ୍ଲୀ ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଏବଂ ଚାଲିଥିବା ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମତାମତ ବାଣ୍ଟିବାକୁ ସେ ସୁଯୋଗକୁ ଅପେକ୍ଷା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+