PM Modi Oath Ceremony: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦି, ଯୋଗ ଦେବେ ସ୍ଵତନ୍ତ୍ର ଅତିଥି
PM Modi Oath Ceremony: ବଡ ବିଜୟ ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଆସନ୍ତା ରବିବାର ଭବ୍ୟ ସମାରୋହରେ ଶପଥ ପାଠ କରିବେ। ଏହି ସମାରୋହରେ ଅନେକ ବିଦେଶୀ ରାଷ୍ଟ୍ର ନେତାଙ୍କୁ ନିମନ୍ତ୍ରଣ କରାଯାଇ ଥିବାବେଳେ ସ୍ୱତନ୍ତ୍ର ଅତିଥି ତାଲିକାରେ ଅଛନ୍ତି ସଫେଇ କର୍ମଚାରୀଙ୍କ ସମେତ କିନ୍ନର।

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟରେ କାମ କରୁଥିବା ପରିମଳ କର୍ମଚାରୀ, କିନ୍ନର ଏବଂ ଶ୍ରମିକମାନଙ୍କୁ ନିମନ୍ତ୍ରଣ କରାଯାଇଛି।
ବନ୍ଦେ ଭାରତ ଓ ମେଟ୍ରୋ ଟ୍ରେନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ, କେନ୍ଦ୍ର ସରକାରଙ୍କ ଯୋଜନାର ହିତାଧିକାରୀ ଏବଂ ବିକଶିକ ଭାରତ ଆମ୍ବାସଡରମାନଙ୍କୁ ମଧ୍ୟ ରବିବାର ଶପଥ ଉତ୍ସୋବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେଙ୍କୁ ପୂର୍ବରୁ ନିମନ୍ତ୍ରଣ ସହିଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଏହି ସମାରୋହରେ 8 ହଜାରରୁ ଅଧିକ ଅତିଥି ଯୋଗଦେବେ। ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।












Click it and Unblock the Notifications