ଦୀପାବଳିରେ ଦେଶବାସୀଙ୍କୁ ବଡ଼ ଉପହାର ଦେବେ ମୋଦି, କଣ ହେବ ଶସ୍ତା ?

ଦୀପାବଳିରେ ବଡ଼ ଉପହାର ଦେବା ନେଇ ପ୍ରଧାନମନ୍ତ୍ରୀ । କାରଣ ଜିଏସଟିରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ । ବର୍ତ୍ତମାନ ଯେଉଁ ଜିଏସଟିର ୪ ଥାକିଆ ବ୍ୟବସ୍ଥା ରହିଛି ସେଥିରେ ମଧ୍ୟ ପରିବର୍ତ୍ତନ କରାଯାଇ ଆଗକୁ କେବଳ ୧୮ ଓ ୫ ପ୍ରତିଶତ ସ୍ଲାବ ରହିପାରେ । ତେବେ କିଛି ସୌଖୀନ ସାମଗ୍ରୀ ପାଇଁ ଅଧିକ ଖର୍ଚ୍ଚ ବି କରିବାକୁ ପଡ଼ିବ । ଆସନ୍ତୁ ନଜର ପକାଇବା, ଆଗକୁ କ'ଣ ଶସ୍ତା ହୋଇପାରେ, ଆଉ କ'ଣ ମହଙ୍ଗା ହୋଇପାରେ ।

ଘରେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇପାରେ । ଗ୍ରୋସରୀ ସାମଗ୍ରୀ ଓ ଔଷଧର ମୂଲ୍ୟ ବି କମିପାରେ । ଏଥିସହ ଟିଭି, ଓ୍ବାସିଂ ମେସିନ, ସାଇକେଲ ରେଟ୍‌ ବି କମିବା ନେଇ ସମ୍ଭାବନା ରହିଛି । ସେହିପରି ଚାଷୀଙ୍କ ପାଇଁ ଚାଷ ଉପକରଣ ସାମଗ୍ରୀ ଏବଂ ଇନସୁରାନ୍ସ, ଶିକ୍ଷା ସେବା ବି ଶସ୍ତା ହୋଇପାରେ । ତେବେ ସିଗାରେଟ୍, ବିୟର, ଗୁଟଖା, ତମ୍ବାଖୁ ଜାତୀୟ ଉତ୍ପାଦ, ପାନ ମସଲା ଭଳି ସୌଖୀନ ସାମଗ୍ରୀ ପାଇଁ ଖାଉଟିଙ୍କୁ ଆଉ ଟିକିଏ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ ।

Modi will give big gifts to the countrymen on Diwali

୧୨% ସ୍ଲାବର ସାମଗ୍ରୀ ୫% ସ୍ଲାବକୁ ଆସିପାରେ

ଦୁଗ୍ଧ ଜାତୀୟ ଦ୍ରବ୍ୟ, ଡ୍ରାଏ ଫ୍ରୁଟସ୍‌, ପ୍ୟାକେଟ୍ ଖାଦ୍ୟ, ପାସ୍ତା, ଜାମ୍, ନମକିନ୍, ଭୁଜିଆ ଟୁଥ ପେଷ୍ଟ, ଫିଡିଂ ବଟଲ କାରପେଟ୍, ଛତା, ବାଇ ସାଇକେଲ ବାସନକୁସନ, ଫର୍ଣ୍ଣିଚର, ପେନସିଲ୍ ସୂତା ଓ ଝୋଟର ହାତ ବ୍ୟାଗ ୧୦୦୦ ଟଙ୍କାରୁ କମ୍ ଦାମର ଯୋତା ଆଦି ଉପରେ ଏବେ ୧୨ ପ୍ରତିଶତ GST ଲାଗୁଥିବା ବେଳେ ତାହା ୫ ପ୍ରତିଶତକୁ ଖସିପାରେ ।

କଣ କଣ ଶସ୍ତା ହୋଇପାରେ ?

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

ଗ୍ରୋସରୀ ସାମଗ୍ରୀ

ଔଷଧ ଟିଭି

ଓ୍ବାସିଂ ମେସିନ

ସାଇକେଲ

ଚାଷ ଉପକରଣ ସାମଗ୍ରୀ

ଇନସୁରାନ୍ସ,

ଶିକ୍ଷା ସେବା

କଣ ମହଙ୍ଗା ହୋଇପାରେ ?

ସିଗାରେଟ୍

ବିୟର

ଗୁଟଖା

ତମ୍ବାଖୁ ଜାତୀୟ ଉତ୍ପାଦ

ପାନ ମସଲା ସାମଗ୍ରୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+