ଆଜି ବିଜେପିର ରାଷ୍ଟ୍ରୀୟ ସମ୍ମିଳନୀର ଦ୍ଵିତୀୟ ଦିନ, କର୍ମୀଙ୍କୁ ସମ୍ବୋଧିତ କରିବେ ମୋଦୀ

ଆଜି ବିଜେପିର ରାଷ୍ଟ୍ରୀୟ ସମ୍ମିଳନୀର ଦ୍ଵିତୀୟ ଦିନ । ୧୧ ହାଜର ୫୦୦ କାର୍ଯ୍ୟକର୍ତ୍ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ମୋଦି । ଦିଲ୍ଲୀରେ ଭାରତ ମଣ୍ଡପମରେ ଚାଲିଥିବା ଦୁଇ ଦିନିଆ କର୍ମୀ ସମ୍ମିଳନୀକୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୪ ନିର୍ବାଚନରେ ଦଳ କେମିତି ବିଜୟୀ ହେବ ଏବ୦ ୪୦୦ ଆସନ ଛୁଇଁବ, ସେ ସମ୍ପର୍କରେ ଦଳୀୟ ନେତାଙ୍କୁ କହିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବ ।

narendra modi

ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । ପ୍ରଥମ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକକୁ ଉଦଘାଟନ କରିଛନ୍ତି । ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କ ଟିପ୍ସ, ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି ।

ସାରାଦେଶରୁ ପାଖାପାଖି ୧୧ହଜାର ନେତା ଓ ବରିଷ୍ଠ କର୍ମକର୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ ବିଧାୟକ, ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ସଦସ୍ୟ, ରାଜ୍ୟ ମୁଖପାତ୍ର ପ୍ରମୁଖ ଅଧିବେଶନରେ ସାମିଲ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+