26ରେ ମୋଦିଙ୍କ ତେଲେଙ୍ଗାନା ଗସ୍ତ
ଚଳିତ ମାସ 26ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତ । ଏ ଅବସରରେ ସେ ହାଇଦ୍ରାବାଦରେ ଥିବା ଇଣ୍ତିଆନ ସ୍କୁଲ ଅଫ ବିଜନେସର ବାର୍ଷିକ ଉତ୍ସବରେ ଯୋଗ ଦେବେ ।
ନୂଆଦିଲ୍ଲୀ: ଚଳିତ ମାସ 26ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତ । ଏ ଅବସରରେ ସେ ହାଇଦ୍ରାବାଦରେ ଥିବା ଇଣ୍ତିଆନ ସ୍କୁଲ ଅଫ ବିଜନେସର ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହା ପୂର୍ବରୁ ତେଲେଙ୍ଗାନାକୁ ଗତ 14 ତାରିଖରେ ଅମିତ ଶାହ ଦ୍ବିତୀୟ ପର୍ଯ୍ୟାୟ ପ୍ରଜା ସଂଗ୍ରାମ ଯାତ୍ରାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ପ୍ରଜା ସଂଗ୍ରାମ ଯାତ୍ରାକୁ ରାଜ୍ୟ ସଭାପତି ବାନ୍ଧି ସଞ୍ଜୟ କୁମାର ସୁରୁଖୁରୁରେ ସମ୍ପାଦନ କରିଥିବାରୁ ମାଦି ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବେଗମପେଟ ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯିବ । ଏହାପରେ ସେଠାରେ ଦଳୀୟ ନେତାଙ୍କ ସହ ବୈଠକ ହେବ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ପତ୍ର ପଠାଯାଇଛି । ତେବେ ମୋଦିଙ୍କ ଗସ୍ତ ନେଇ ପୁରା ସହରକୁ ଦଳୀୟ ହୋର୍ଡିଂ ଓ ପତାକାରେ ସଜା ଯାଇଛି ।
ଟିଆରଏସ ଆଗୁଆ ନିର୍ବାଚନ ନେଇ ଚିନ୍ତା କରୁଥିବା ଜଣାଯାଇଛି। ବିଜେପି ନେତାମାନେ ଆଶା କରୁଛନ୍ତି ଯେ ମୋଦିଙ୍କ ଗସ୍ତ ଦଳ ପାଇଁ ମନୋବଳ ବୃଦ୍ଧିକାରୀ ହେବ। 2023 ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି କିନ୍ତୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତା ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ନିର୍ବାଚନ ପାଇଁ ଯୋଜନା କରୁଥିବା ଜଣାଯାଇଛି।












Click it and Unblock the Notifications