ମାର୍ଚ୍ଚ ୩୦ରେ RSS ହେଡକ୍ୱାଟର ଯିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୦ରେ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ହେବା ପରେ ୧୧ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ମୋଦି ଆରଏସଏସ ମୁଖ୍ୟାଳୟକୁ ଯିବେ ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବେ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସେହି ଦିନ ଅନେକ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେବ ମୋହନ ଭାଗବତଙ୍କ ସହ ସାକ୍ଷାତ। ଏହା ପୂର୍ବରୁ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ମଧ୍ୟ ଆରଏସଏସ ମୁଖ୍ୟାଳୟ ପରିଦର୍ଶନ କରିଥିଲେ।

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପରେ ଏହି ବୈଠକ ପ୍ରଥମ ସାର୍ବଜନୀନ ଦୃଶ୍ୟ ହେବ। ପ୍ରଧାନମନ୍ତ୍ରୀ ମୋଦି ଆରଏସଏସ ସମର୍ଥିତ ମାଧବ ଚକ୍ଷୁ ହସ୍ପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମ ପରେ, ମୋଦି ଏବଂ ଭାଗବତଙ୍କ ମଧ୍ୟରେ ଏକ ମୁହାଁମୁହିଁ ସାକ୍ଷାତ ହେବ, ଯାହାକୁ ନେଇ ରାଜନୈତିକ ମହଲରେ ଖୁବ୍‌ ଆଲୋଚନା ହେଉଛି।

pm modii

ପ୍ରଧାନମନ୍ତ୍ରୀ ହେବା ପରେ ଏହା ପ୍ରଥମ ଥର ଯେ ମୋଦି ଆରଏସଏସ ମୁଖ୍ୟାଳୟ ଗସ୍ତ କରିବେ। ମୋଦି ଏବଂ ଭାଗବତଙ୍କ ମଧ୍ୟରେ ଏହି ସାକ୍ଷାତ ଏପରି ଏକ ସମୟରେ ହେଉଛି ଯେତେବେଳେ ଭାଜପା ଏବଂ ଆରଏସଏସ ମଧ୍ୟରେ ଉତ୍ତେଜନାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଭାଜପାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଉପରେ ଆଲୋଚନା ହୋଇପାରେ, ଯାହା ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବାର ସମ୍ଭାବନା ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+