ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ ମୋଦୀ, କହିଲେ ମହିଳା ଓ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଲ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ସହମତି ନେଇ ଧନ୍ୟବାଦ ଦେଇଛନ୍ତି । ସହଭାଗିତାର ବର୍ଦ୍ଧିତ ଗଭୀରତା, ବିଶ୍ୱାସ ଓ କ୍ରିୟାଶୀଳତାର ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି। ଚାଷୀ, ଉଦ୍ୟୋଗୀ, MSME, ଷ୍ଟାର୍ଟଅପ୍, ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ସୁଯୋଗ' ଆଣିବ। ମେକ୍ ଇନ୍ ଇଣ୍ଡିଆ'କୁ ମଜବୁତ କରିବ ଆମେରିକାର ସହମତି ହୋଇଛି ମୋଦି। ମହିଳା ଓ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ' । ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ଆହୁରି ଆଗକୁ ବଢିବ କହିଲେ ମୋଦି । ବିକଶିତ ଭାରତ ନିର୍ମାଣ ଦିଗରେ ଭାରତ ଆହୁରି ଆଗକୁ ବଢିବା ଆଶା ।

ଭାରତ-ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତି । ରୁଷ ତେଲ ଆମଦାନି ଯୋଗୁ ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫% ଶୁଳ୍କ ହଟାଇଲେ ଟ୍ରମ୍ପ । ଭାରତ ଏବଂ ଯୁକ୍ତରାଷ୍ଟ୍ର ପରସ୍ପର ଲାଭଦାୟକ ଏବଂ ପାରସ୍ପରିକ ବାଣିଜ୍ୟ ଉପରେ ଏକ ଅନ୍ତରିମ ଚୁକ୍ତିର ଫ୍ରେମୱର୍କରେ ପହଞ୍ଚିଛନ୍ତି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଏକ ଯୁଗ୍ମ ବିବୃତି ଜାରି କରାଯାଇଛି । ଏହି ସପ୍ତାହରେ ଘୋଷଣା କରାଯାଇଥିବା ବାଣିଜ୍ୟ ଚୁକ୍ତିକୁ କାର୍ଯ୍ୟକାରୀ କରିବାର ଏକ ପଦକ୍ଷେପ । ନୂଆ ଟ୍ରେଡ ଡିଲରେ ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରୁଷୀୟ ତେଲ ଆମଦାନି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି ।
ନୂଆଦିଲ୍ଲୀ କହିଛି, ଭାରତ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ କ୍ରୟ କରିବ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ସହିତ ଏକ ଫ୍ରେମୱାର୍କ ପ୍ରସ୍ତୁତି ହୋଇଛି । ଏହି ଚୁକ୍ତି ଅନୁଯାୟୀ ଓ୍ୱାଶିଂଟନ୍ ଭାରତୀୟ ଉତ୍ପାଦ ଉପରେ ଥିବା ଟାରିଫକୁ ୨୫ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତକୁ ଆଣିବ। ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ, ବିମାନ ଓ ଯନ୍ତ୍ରାଂଶ, ମୂଲ୍ୟବାନ ଧାତୁ, ଟେକ୍ନୋଲୋଜି ଉତ୍ପାଦ ଏବଂ ଜାଳେଣି କୋଇଲା ସହ ୫୦୦ ବିଲିୟନ ମୂଲ୍ୟର ସାମଗ୍ରୀ କ୍ରୟ କରିବ ବୋଲି ବିବୃତ୍ତିରେ କୁହାଯାଇଛି ।
ଋଷ ତେଲ କିଣିବାକୁ ନେଇ ଭାରତ-ଆମେରିକା ବାଣିଜ୍ୟ ବିବାଦ ଆରମ୍ଭ ହୋଇଥିଲା। ଟ୍ରମ୍ପ ଭାରତୀୟ ପଣ୍ୟ ଉପରେ ଶୁଳ୍କ ଲଗାଇଥିଲେ ଏବଂ ପରେ ନୂଆଦିଲ୍ଲୀର ରୁଷୀୟ ତୈଳ କ୍ରୟ ଉପରେ ଦଣ୍ଡ ସ୍ୱରୂପ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ଏହି ଶୁଳ୍କ ୧୮ ପ୍ରତିଶତକୁ କମାଇଛି ଆମେରିକା ।












Click it and Unblock the Notifications