ମୋଦି ସରନେମ୍ ମାମଲା:ଆଜି ସୁପ୍ରିମକୋର୍ଟରେ ରାହୁଲଙ୍କ ମାନହାନି ଦଣ୍ତାଦେଶ ଉପରେ ହେବ ଶୁଣାଣି
Modi surname case :ମୋଦି ସରନେମ୍ ମାମଲା । ଆଜି ସୁପ୍ରିମକୋର୍ଟରେ ରାହୁଲଙ୍କ ମାନହାନି ଦଣ୍ତାଦେଶ ଉପରେ ହେବ ଶୁଣାଣି । ବିଚାରପତି ବି.ଆର ଗଭଇ ଏବଂ ପି.କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଏହି ମାମଲର ଶୁଣାଣି କରିବେ । ଯଦି ସର୍ବୋଚ୍ଚ ଅଦାଲତ ତାଙ୍କ ଦଣ୍ତାଦେଶ ଉପରେ ରୋକ୍ ଲଗାନ୍ତି ତେବେ ରାହୁଲ ନିଜ ଲୋକସଭା ସଦସ୍ୟ ପଦ ଫେରି ପାଇବା ସହ ୨୦୨୪ରେ ଲୋକସଭା ନିର୍ବାଚନା ଲଢିପାରିବେ ।
କଂଗ୍ରେସ ନେତା ରାହୁଲ ଗାନ୍ଧି ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଆବେଦନ ଉପରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାହୁଲଙ୍କୁ ସୁରଟର ନିମ୍ନ ଅଦାଲତରେ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି ।

ସିଜେଏମ୍ କୋର୍ଟରୁ ଦଣ୍ଡ ପାଇବା ପରେ ରାହୁଲଙ୍କ ଆବେଦନ ନିମ୍ନ ଅଦାଲତରେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହା ପରେ ଗୁଜୁରାଟ ହାଇକୋର୍ଟରେ ରାହୁଲଙ୍କ ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ତାଙ୍କ ସାଂସଦ ପଦ ହରାଇଛନ୍ତି ।
ଉଲ୍ଲେଖଥାଉକି, 2019 ଲୋକସଭା ନିର୍ବାଚନ ସମୟରେ ରାହୁଲ କର୍ଣ୍ଣାଟକର କୋଲାରରେ ଏକ ସାଧାରଣ ସଭା କରିଥିଲେ । ଏହି ରାଲିରେ ସେ କହିଥିଲେ, ଅଧିକାଂଶ ବଡ ଅପରାଧୀଙ୍କ ସରନେମ୍ ମୋଦି କାହିଁକି ? ଏହାକୁ ନେଇ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ସୁରଟର ସିଜେଏମ୍ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ ।












Click it and Unblock the Notifications