ମୋଦି ସରନେମ୍ ମାମଲା: ସୁରତ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧି, ୨୧ରେ ହେବ ଶୁଣାଣି

ନୂଆଦିଲ୍ଲୀ:ମୋଦି ସରନେମ୍ ମାମଲା । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଦଣ୍ତ ଉପରେ ହେବ ଶୁଣାଣି । ଜୁଲାଇ ୨୧ ତାରିଖରେ ରାହୁଲ ଗାନ୍ଧିଙ୍କ ପିଟିସନ୍ ଉପରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଗୁଜୁରାଟ ହାଇକୋର୍ଟ ରହିତାଦେଶ ପାଇଁ ମନା କରିବାରୁ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାହୁଲ ଗାନ୍ଧି । ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରେ ବୋଲି ଆଶା ରଖିଛନ୍ତି ରାହୁଲ ଗାନ୍ଧି ।

rahul gandhi


ସୂଚନାଥାଉ ଯେ, ରାହୁଲ ଗାନ୍ଧିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ବିନାୟକ ଦାମୋଦର ସାବରକରଙ୍କ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି । ସିଜେଏମ୍ କୋର୍ଟରୁ ଦଣ୍ଡ ପାଇବା ପରେ ରାହୁଲଙ୍କ ଆବେଦନ ନିମ୍ନ ଅଦାଲତରେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହା ପରେ ଗୁଜୁରାଟ ହାଇକୋର୍ଟରେ ରାହୁଲଙ୍କ ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ତାଙ୍କ ସାଂସଦ ପଦ ହରାଇଛନ୍ତି ।

ସୁପ୍ରିମକୋର୍ଟରେ ରାହୁଲଙ୍କ ଆବେଦନ ଉପରେ କ୍ରିମିନାଲ ମାନହାନୀ ମାମଲାରେ ତାଙ୍କୁ ଦିଆଯାଇଥିବା ଦଣ୍ଡର ଆଇନଗତ ବୈଧତା ଉପରେ ବିତର୍କ ହେବ । କଂଗ୍ରେସ ଦାବି କରିଛି ଯେ ରାହୁଲଙ୍କ ଉପରେ ପ୍ରତିଶୋଧ ରାଜନୀତି ଆଧାରରେ 2019 ମାମଲାରେ ପ୍ରାୟ 4 ବର୍ଷ ପରେ ଏହି ଦଣ୍ଡାଦେଶ ଶୁଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+