ମୋଦି ସରନେମ ମାମଲା:ରାହୁଲ ଗାନ୍ଧିଙ୍କୁ ରାଞ୍ଚି କୋର୍ଟଙ୍କ ସମନ
ରାଞ୍ଚି:ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ରାଞ୍ଚି କୋର୍ଟ ସମନ କରିଛନ୍ତି । ୪ ଜୁଲାଇରେ ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋର୍ଟଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଏହା ଶେଷ ସମନ । ତେବେ ଯଦି ସେ ହାଜର ନହୁଅନ୍ତି ତେବେ ତାଙ୍କ ସମସ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି ।
ସୂଚନାଅନୁସାରେ, ପ୍ରଦୀପ ମୋଦି ନାମକ ଜଣେ ବ୍ୟକ୍ତି ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ମାନହାନୀ ମାମଲା ରାଞ୍ଜି କୋର୍ଟରେ ରୁଜୁ କରିଛନ୍ତି । ଯାହା ପରେ ଏମପି-ଏମଏଲଏ କୋର୍ଟରେ ଶୁଣାଣି ହୋଇଥିଲା । ଏହା ପୂର୍ବରୁ କୋର୍ଟ ପକ୍ଷରୁ ରାହୁଲ ଗାନ୍ଧିଙ୍କର ଆବେଦନକୁ ଖାରଜ କରିଦେଇଥିଲେ । ସେପଟେ ରାହୁଲ ଗାନ୍ଧିଙ୍କ ଓକିଲ ୧୫ ଦିନର ସମୟ ମାଗିଥିଲେ । ଯାହା ପରେ ଜୁଲାଇ ୪ ତାରିଖରେ ରାହୁଲ ଗାନ୍ଧିଙ୍କୁ କୋର୍ଟରେ ହାଜର ହେବା ପାଇଁ ରାଞ୍ଚି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉ ଯେ, ପୂର୍ବରୁ ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧି ଦୋଷି ସାବ୍ୟସ୍ତ ହୋଇ ସାରିଛନ୍ତି ଏବଂ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ତ ମିଳିବା ସହ ତାଙ୍କ ସାଂସଦ ସଦସ୍ୟତା ରଦ୍ଦ ହୋଇଯାଇଥିଲା ।












Click it and Unblock the Notifications