ମୋଦି ସରନେମ୍ ମାମଲା:ରାହୁଲଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି, କାୟମ ରହିଲା ସୁରତ କୋର୍ଟଙ୍କ ରାୟ
ଗୁଜୁରାଟ: ମୋଦି ସରନେମ୍ ମାମଲା । ରାହୁଲ ଗାନ୍ଧିଙ୍କୁ ଝଟକା । ଆଗାମୀ ୬ ବର୍ଷ ପାଇଁ ଲଢିପାରିବେ ନାହିଁ ନିର୍ବାଚନ । ରାହୁଲଙ୍କ ଆବେଦନ ଖାରଜ କଲେ ଗୁଜୁରାଚ ହାଇକୋର୍ଟ । କାଏମ ରହିଲା ସୁରତ କୋର୍ଟଙ୍କ ରାୟ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,
ସୁରତ କୋର୍ଟଙ୍କ ରାୟର ପୁନଃବିଚାର କରିବା ପାଇଁ ଏବଂ ମିଳିଥିବା ଦଣ୍ତ ଉପରେ ରୋକ ଲଗାଇବା ପାଇଁ ରାହୁଲ ଗାନ୍ଧି ଗୁଜୁରାଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି ହୋଇଛି ।

2019 ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଏକ ରାଲିରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଥିଲେ ଯେ, ସବୁ ଚୋରଙ୍କ ସରନେମ୍ କଣ ମୋଦି ? ଏହାକୁ ନେଇ ଗୁଜୁରାଟର ଜଣେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ମାନହାନୀ ମାମଲା କରିଥିଲେ ।
ଯାହାର ଶୁଣାଣି ୪ ବର୍ଷ ପରେ ଗତ ୨୩ ମାର୍ଚ୍ଚରେ ସୁରତର କୋର୍ଟରେ ହୋଇଥିଲା ଯେଉଁଥିରେ ରାହୁର ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହା ପରେ ତାଙ୍କୁ ୨ ବର୍ଷର ଜେଲ ଦଣ୍ତାଦେଶ ମିଳିଥିଲା । ଦଣ୍ତବିଧାନ କାରଣରୁ ରାହୁଲଙ୍କ ସାଂସଦ ପଦ ମଧ୍ୟ
ରଦ୍ଦ କରାଯାଇଥିଲା । ତେବେ ଆଗାମୀ ୬ ବର୍ଷ ପାଇଁ ରାହୁଲ ଗାନ୍ଧି ନିର୍ବାଚନ ଲଢିପାରିବେ ନାହିଁ ।
Gujarat High Court upholds Sessions Court's order denying stay on conviction of Rahul Gandhi in the defamation case against 'Modi surname' remark. pic.twitter.com/Qzw15PE0Ij
— ANI (@ANI) July 7, 2023
ସୂଚନା ଅନୁସାରେ, ମାର୍ଚ୍ଚ 23 ରେ ସୁରଟ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଏଚ୍ ବର୍ମା ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କୋର୍ଟ ଜାମିନ ପାଇବା ପରେ ରାହୁଲ ଗାନ୍ଧୀଙ୍କ ଓକିଲ କିରିଟ ପାନୱାଲା ସୁରଟ ଅତିରିକ୍ତ ଅଧିବେଶନ କୋର୍ଟର ବିଚାରପତି ଆର.ପି ମୋଗେରାଙ୍କ ନିକଟରେ ଏହି ରାୟ ବିରୋଧରେ ଆବେଦନ କରିଥିଲେ ।
ସୂଚନାଥାଉ ଯେ, ହାଇକୋର୍ଟଙ୍କ ରାୟ ବିରୋଧରେ ରାହୁଲ ଗାନ୍ଧି ଚାହିଁଲେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । ଯଦି ସୁପ୍ରିମକୋର୍ଟରେ ତାଙ୍କ ସପକ୍ଷରେ ରାୟ ଆସେ ତେବେ ସେ ପୁଣି ନିଜ ସଦ୍ୟସତା ଫେରି ପାଇବା ସହ ନିର୍ବାଚନ ମଧ୍ୟ ଲଢିପାରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications