ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ କଥା ହେଲେ ମୋଦି, ୟୁକ୍ରେନ ସମେତ ଏହି ପ୍ରସଙ୍ଗଗୁଡ଼ିକ ଉପରେ ହେଲା ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଉପରେ ଆଲୋଚନା ହୋଇଥିଲା। ଏହା ସହିତ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ପ୍ରଗତି ସମୀକ୍ଷା ମଧ୍ୟ କରାଯାଇଥିଲା।

modi

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରୀ 'ଏକ୍ସ' ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ପୋଷ୍ଟରେ ଲେଖିଛନ୍ତି, 'ରାଷ୍ଟ୍ରପତି ମାକ୍ରନଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି। ଆମେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ପ୍ରଗତିକୁ ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ କରିଛୁ। ୟୁକ୍ରେନରେ ସଂଘର୍ଷକୁ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରୟାସ ସମେତ ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଛୁ। ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତା ବିଶ୍ୱ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।'

ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏଥିରେ ଭାରତର ଭୂମିକାକୁ ଗୁରୁତ୍ବ ଦିଆଯାଉଛି । ଏହାପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ୟୁରୋପୀୟ ୟୁନିଅନ (ଇୟୁ) କମିସନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ମୋଦୀ କଥା ହୋଇଥିଲେ । ସେହିପରି ଜର୍ମାନୀର ବୈଦେଶିକ ମନ୍ତ୍ରୀ ଭାରତ ଆସିଥିଲେ ।
ସୂଚନାଯୋଗ୍ୟ ଯେ, ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏଥିରେ ଭାରତର ଭୂମିକାକୁ ଗୁରୁତ୍ବ ଦିଆଯାଉଛି । ଏହାପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ୟୁରୋପୀୟ ୟୁନିଅନ (ଇୟୁ) କମିସନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ମୋଦୀ କଥା ହୋଇଥିଲେ । ସେହିପରି ଜର୍ମାନୀର ବୈଦେଶିକ ମନ୍ତ୍ରୀ ଭାରତ ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+