ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହ କଥା ହେଲେ ମୋଦି, ଏକ୍ସ’ ଜରିଆରେ ମୋଦିଙ୍କ ସୂଚନା
ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଉଭୟ ନେତା ଦିଲ୍ଲୀ ଓ ୱାଶିଂଟନ୍ ମଧ୍ୟରେ ଥିବା 'ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ'ର ଅଗ୍ରଗତିର ସମୀକ୍ଷା କରିଥିଲେ। ଦୁଇ ନେତା ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ କ୍ରମାଗତ ଭାବରେ ମଜବୁତ ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ଉଭୟଙ୍କ ମିଳିତ ପ୍ରୟାସରେ ଗତି ବଜାୟ ରଖିବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେମାନେ ଏକବିଂଶ ଶତାବ୍ଦୀ ପାଇଁ ଥିବା 'ଇଣ୍ଡିଆ-ୟୁଏସ୍ କମ୍ପାକ୍ଟ' କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ଏବଂ ନିରାପତ୍ତା ସମେତ ଅନ୍ୟ ପ୍ରାଥମିକତା କ୍ଷେତ୍ରରେ ସହଯୋଗ ବଢାଇବା ଉପରେ ମତ ବିନିମୟ କରିଥିଲେ।
ଏହା ବ୍ୟତୀତ ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ମିଳିତ ଆହ୍ୱାନର ମୁକାବିଲା କରିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ଆଗାମୀ ଦିନରେ ମଧ୍ୟ ସମ୍ପର୍କରେ ରହିବାକୁ ସେମାନେ ସହମତ ହୋଇଛନ୍ତି।












Click it and Unblock the Notifications